ବାଲେଶ୍ୱର ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀଣି ବୈଠକ
![](https://thetruths.in/wp-content/uploads/2021/11/District-Congress-Committee-Executive-Meeting-1024x576.jpg)
- ନୂତନ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ
- ୧୨ରେ ଓଡ଼ିଶା ବନ୍ଦ ସଫଳ ପାଇଁ ନିଷ୍ପତ୍ତି
- ୧୪ରେ ଜନଯାଗରଣ ଯାତ୍ରାର ଶୁଭାରମ୍ଭ
- ୨୦ରେ ଓଡ଼ିଶା ପ୍ରଭାରୀ ଡ. ଚେଲାକୁମାରଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ କମିଟି କାର୍ଯ୍ୟକାରିଣୀ ବୈଠକ ସୋମବାର ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ସଞ୍ଜିବ୍ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଦଳର ବିଭିନ୍ନ ରଣନିତୀ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜିଲା ସଭାପତି ଗିରିଙ୍କ ଦ୍ୱାରା କଂଗ୍ରେସ ଦଳରେ ପ୍ରାଥମିକ ସଦସ୍ୟ ପାଇଁ ସଦସ୍ୟତା ଗ୍ରହଣର ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅବସରରେ ବାଲେଶ୍ୱର ଜିଲା ମହିଳା କଂଗ୍ରେସର ନବ ନିର୍ବାଚିତ ସଭାନେତ୍ରୀ ପ୍ର୍ଜ୍ଞାପରାମିତା ମହାନ୍ତିଙ୍କୁ ନୂତନ ଦାୟିତ୍ୱ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ସଭାପତି ସୁଦର୍ଶନ ଦାସ, ଭୋଗରାଇ ନେତା ସତ୍ୟଶିବ ଦାସ, ବସ୍ତା ବାଲିଆପାଳ ନେତା ତଥା ପିସିସି ସଂମ୍ପାଦକ ବିଜନ ନାୟକ, ପ୍ରଫେସନାଲ କଂଗ୍ରେସ ରାଜ୍ୟ ସଭାପତି ମମତା କୁଣ୍ଡୁ, ପିସିସି ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ମଧୁସ୍ମିତା ପଣ୍ଡା, ଏଆଇଇଉଡବ୍ଲୁସି ର ରାଜ୍ୟ ଉପାଧ୍ୟକ୍ଷ ଜ୍ୟେତ୍ସ୍ନା ସେନାପତି ପ୍ରମୁଖ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଉପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂମ୍ପୃକ୍ତି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଦାବିକୁ ଉପେକ୍ଷା କରୁଥିବାରୁ ଆଗାମୀ ୧୨ ତାରିଖ ପି.ସି.ସି. ନିର୍ଦ୍ଦେଶ କ୍ରମେ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି । ତେଣୁ ବାଲେଶ୍ୱର ଜିଲାରେ ଏହି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ କି ପ୍ରକାର ରଣନିତି ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ସେହିପରି ନଭେମ୍ବର ୧୪ ତାରିଖରେ ଦରଦାମ୍ର ଅହେତୁକ ବୃଦ୍ଧି ଏବଂ ତୈଳ ଦଳ, ରନ୍ଧନ ଗ୍ୟାସ ନିୟନ୍ତ୍ରଣରେ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଥିବାରୁ ଦଳ ପକ୍ଷରୁ ସାରା ରାଜ୍ୟରେ ଜନଯାଗରଣ ଯାତ୍ରା ଆରମ୍ଭ କରାଯିବ । ତେଣୁ ବାଲେଶ୍ୱର ଜିଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳି ଏବଂ ବ୍ଲକ୍ ଗୁଡ଼ିକରେ ଏ ନେଇ ଲୋକଙ୍କୁ ଜନଯାଗରଣ ଯାତ୍ରା ମାଧ୍ୟମରେ ସଚେତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନଭେମ୍ବର ୨୦ ତାରିଖରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ଼. ଏ. ଚେଲାକୁମାର ବାଲେଶ୍ୱର ଗସ୍ତରେ ଆସୁଥିବାରୁ ତାଙ୍କ ଗସ୍ତକୁ ସଫଳ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ସମସ୍ତ କଂଗ୍ରେସ ବ୍ଲକ୍ ସଭାପତି ଶ୍ରୀକାନ୍ତ ଜେନା, ଆଶିଷ ପାତ୍ର, ଅଜୟ ଦ୍ୱିବେଦୀ, ଜୟକୃଷ୍ଣ ବେହେରା, ରାଜୀବ ପରିଡ଼ା, ମନୋରଞ୍ଜନ ପଣ୍ଡା, ତରୁଣ ଦାସ, ଶରତ ଦାସ । ଟାଉନ ସଭାପତି ଉପେନ୍ଦ୍ର ବେହେରା, ରାଜେନ୍ଦ୍ର ମହାନ୍ତି, ଜିଲା କଂଗ୍ରେସ କମିଟି ଉପସଭାପତି ଗୋପୀନାଥ ପାଢ଼ୀ,ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପରମିତା ମହାନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଭୋଗରାଇ ସମିତି ସଭ୍ୟ ସନ୍ତୋଷ ଜେନା, ଗୋପବନ୍ଧୁ ମହାପାତ୍ର, ଜିଲା କଂଗ୍ରସେ କମିଟି ସାଧାରଣ ସମ୍ପାଦକ ନଳିନୀ ରଞ୍ଜନ ଦାସ, ଦେବଦତ୍ତ ଦାସ, ତୁଷାରକାନ୍ତ ତପସି, ହେମନ୍ତ ଗିରି, ବାସନ୍ତୀ ସାମଲ, ଡିସିସି କୋଷାଧ୍ୟକ୍ଷ ଅଜୟ ସାହୁ, ଡିସିସି ସମ୍ପାଦକ ଚିତ୍ତରଞ୍ଜନ ନାୟକ, ପଶୁପତି ଉପାଧ୍ୟୟ, ଅଶୋକ ଆଢ଼୍ୟ (ଶମ୍ଭୁ) ଜିଲା ଛାତ୍ର କଂଗ୍ରେସ ଉପସଭାପତି ଜୀବନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଦିପ୍ତ କୁମାର ନାୟକ, ଏ.ଆଇ.ଇଉ.ଡବ୍ଲୁ.ସି.ର ଜିଲା ଯୁବ ସଭାପତି ବିକାଶ ଦାସ ଶେଷରେ ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।