ବାଲେଶ୍ୱର : ୨ଟି ପିକଅପ୍ ଭ୍ୟାନ୍ ଜବତ, ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
![](https://thetruths.in/wp-content/uploads/2023/08/Cattle-Rescued.jpg)
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ କର୍ମଦ୍ଦା ରାସ୍ତା ଏବେ ଗୋତସ୍କରୀଙ୍କ ଗୋଚାଲଣର ଉତ୍ତମ ପଥ ପାଲଟିଛି । ପଶ୍ଚିମବଙ୍ଗର ସୀମାନ୍ତ ଜିଲା ବାଲେଶ୍ୱର ହୋଇଥିବା ବେଳେ ଜଳେଶ୍ୱର ସୀମାନ୍ତ ବ୍ଲକ ଅଟେ । ପ୍ରତି ଦିନ ପିକଅପ୍ ଭ୍ୟାନ୍ ଯୋଗେ ବିଭିନ୍ନ ଜିଲାରୁ ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ବେଧଡ଼କ ଭାବେ ଗୋଚାଲାଣ ହେଇଛି । ଏହି ପରିପ୍ରେକ୍ଷୀରେ ଗତ ରବିବାର ରାତିରେ ଗୋ ଚାଲାଣ ସମୟରେ ବାଲିଆପାଳ କର୍ମଦ୍ଦା ରାସ୍ତାର ଛୁଟଖାପୁର ଠାରେ ଗ୍ରାମବାସୀ ଏକତ୍ରିତ ହୋଇ ୨ଟି ପିକଅପ୍ ଭ୍ୟାନ୍କୁ ଅଟକାଇ ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ବାଲିଆପାଳ ଥାନାରେ ଜିମା ଦେଉଛନ୍ତି । ଉକ୍ତ ଘଟଣାର ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଓଡ଼ି୦୧ସି-୫୧୫୮, ଓଡ଼ି୦୧ଏଚ୍-୪୬୬୨ ନମ୍ବରର ୨ଟି ପିକଅପ୍ ଭ୍ୟାନ୍କୁ ଜବତ କରି ଥାନାରେ ଅଟକ ରଖିଥିବା ବେଳ ୨ଟି ପିକଅପ୍ ଭ୍ୟାନ୍ ଚାଳକ ଫେରାର ହୋଇଯାଇଥିବାର ସୂଚନା ମିଳିଛି ।
ପୋଲିସ ବାଲିଆପାଳର ମୁଖ୍ୟ ଛକ, ବ୍ଲକ ଛକ, ପାରୁଳିଆ ଛକରେ ପ୍ରତି ଦିନ ରାତି ତମାମ ଜଗି ବସୁଥିବା ବେଳେ ସେହି ରାସ୍ତା ଦେଇ ପ୍ରତିଦିନ କିପରି ବେଧଡ଼କ ଗୋ ଚାଲାଣ ହେଉଛି ବୋଲି ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପୋଲିସ ଓ ଗୋ ଗୋତସ୍କରୀଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଆଡ଼କୁ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ତେବେ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରୁଥିବା ଗୋ ମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରିଥିବା ବେଳ ସମଗ୍ର ଦେଶରେ ଗୋ ଚାଲାଣ ଉପରେ ରୋକ ଲାଗି ନ ପାରିଲେ ଏପରି ସମୟ ଆସିବ ଦେଶରୁ ଗୋ ବଂଶ ଧ୍ୱଂସ ପାଇଯିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।