ବାଲେଶ୍ୱର : ୫ ଜିଲାରେ ୧୬୦୮ ଡିଟିଆର୍ ଫେନସିଂ କାର୍ଯ୍ୟ ସମାପ୍ତ, ସୁରକ୍ଷାକୁ ପ୍ରାଥମିକତା ଦେଉଛି ଟିପିଏନଓଡିଏଲ୍
![](https://thetruths.in/wp-content/uploads/2023/08/DTR-Fancing-1024x922.jpg)
ବାଲେଶ୍ୱର : ବାଲେଶ୍ୱର ରେମୁଣା ଗୋଲେଇ ସ୍ଥିତ ଟିପି ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ/ଅବ୍ୟବସ୍ଥିତ ଅବସ୍ଥାରେ ଥିବା ଟ୍ରାନ୍ସଫରମର ଗୁଡିକୁ ଖୋଜି ବାହାର କରିବା ସହିତ ସେଗୁଡିକର ଫେନ୍ସିଂ କାର୍ଯ୍ୟ କରୁଛି । ୨ ବର୍ଷରୁ କମ୍ ସମୟ ମଧ୍ୟରେ, ଟିପିଏନ୍ଓଡ଼ିଏଲ୍ ସେହି ଡିଟିଆର୍ଗୁଡ଼ିକ ଚିହ୍ନଟ କରି ଉଭୟ ମାନବ/ପଶୁମାନଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା କରିବା ପାଇଁ ସେଥିରେ ଆବଶ୍ୟକୀୟ ଫେନସିଂ କାର୍ଯ୍ୟ କରି ଆସୁଛି ।
![](https://thetruths.in/wp-content/uploads/2023/08/DTR-Fancing-Work-1024x498.jpg)
କମ୍ପାନୀ ଅଧିନସ୍ଥ ୫ଟି ଜିଲାରେ ଅନେକ ଫେନ୍ସିଙ୍ଗ କାମ ଶେଷ ହୋଇଛି ଏବଂ ଏଭଳି କାର୍ଯ୍ୟ ଅନେକ ସ୍ଥାନରେ ଅନବରତ ଚାଲୁରହିଛି । ଏଯାବତ୍ ଟିପିଏନ୍ଓଡ଼ିଏଲ୍ରେ ସମୁଦାୟ ୧୬୦୮ଟି ଡିଟିଆର୍ ଫେନସିଂ କାର୍ଯ୍ୟ ସମାପ୍ତ ହୋଇଛି । ବାଲେଶ୍ୱର ଜିଲାରେ ୪୭୪ଟି, ମୟୂରଭଞ୍ଜ ଜିଲାରେ ୩୫୬ଟି, ଭଦ୍ରକ ଜିଲାରେ ୩୨୩ଟି, ଯାଜପୁର ଜିଲାରେ ୨୮୫ଟି ଏବଂ କେନ୍ଦୁଝର ଜିଲାରେ ୧୭୦ ଟି ଡିଟିଆର୍ ଫେନସିଂ କାର୍ଯ୍ୟ ସମାପ୍ତ ହୋଇଛି । ଡିଟିଆର୍ ଫେନସିଂକୁ ଗୋରୁ କିମ୍ବା ଅନ୍ୟ ପଶୁମାନଙ୍କୁ ବାନ୍ଧିବା କିମ୍ବା ଓଦା ପୋଷାକ ଶୁଖାଇବା ପାଇଁ ବ୍ୟବହାର ନ କରିବା ପାଇଁ କମ୍ପାନୀ ଏହାର ଗ୍ରାହକ ମାନଙ୍କୁ ଅନୁରୋଧ କରିଛି । ଏଥିସହିତ ଗ୍ରାହକମାନେ ଯଦି କୌଣସି ଡିଟିଆର୍ / ଅନ୍ୟ ବୈଦ୍ୟୁତିକ ଉପକରଣ ଗୁଡ଼ିକ ଯଥା ବିଦ୍ୟୁତ୍ ପୋଲ, ତାର ଇତ୍ୟାଦି ଅସୁରକ୍ଷିତ ଅବସ୍ଥାରେ ଥିବାର ଦେଖିବେ, ତେବେ ତୁରନ୍ତ ଟିପିଏନ୍ଓଡ଼ିଏଲ୍ର ଟୋଲ୍ ଫ୍ରି ନମ୍ବର ୧୮୦୦-୩୪୫୬୭-୧୮/ ୧୯୧୨ ମାଧ୍ୟମରେ ଯୋଗାଯୋଗ କରିପାରିବେ କିମ୍ବା ସ୍ଥାନୀୟ କାର୍ଯ୍ୟାଳୟକୁ ଜଣାଇ ପାରିବେ । ପ୍ରତ୍ୟେକଟି ଜୀବନ ମୁଲ୍ୟବାନ, ତେଣୁ କୌଣସି ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରଖିବା ସହିତ ସଚେତନ ଓ ନିରାପଦ ରହିବା ପାଇଁ କମ୍ପାନୀ ଏହାର ସମସ୍ତ ଗ୍ରାହକ/ଜନସାଧାରଣଙ୍କୁ ଅନୁରୋଧ କରୁଛି । ସୁରକ୍ଷା ଦିଗରେ ଟାଟା ପାୱାର ଦ୍ୱାରା ନିଆଯାଉଥିବା ଏଭଳି ପଦକ୍ଷେପ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେଉଥିବାର ଟିପିଏନ୍ଓଡିଏଲ୍ ସିଇଓ ଭାସ୍କର ସରକାର ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଇଛନ୍ତି ।