ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଂଟ ଅଷ୍ଟାଦଶ ଦିବସ; ଏପିଜେ ଲୋଇସିଂହା, ସିସିଏଫ୍ଏ ଓ ଜରାସିଂହା ବିଜୟୀ
![](https://thetruths.in/wp-content/uploads/2022/09/Foot-Ball-Tournament-1024x683.jpg)
26273938 - football or soccer ball at the kickoff of a game with sunset
ବଲାଙ୍ଗିର : ବଲାଙ୍ଗିର ଜିଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଆଜି ସୁପର ନକ୍ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଥମ ଖେଳ ଏପିଜେ ଲୋଇସିଂହା ୬-୦ ଗୋଲରେ ଚୁଡାପାଲି ନବଜ୍ୟୋତି କୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମି ବିଶ୍ୱାଲ ଓ ପୂର୍ବତନ ଖେଳାଳି ହେମନ୍ତ ପ୍ରଧାନ ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ସୁଶାନ୍ତ ନାଗ, ନରସିଂ ସ୍ୱାମୀ ନାଇଡୁ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।
ଦ୍ୱିତୀୟ ଖେଳରେ ସିସିଏଫ୍ଏ ୨-୧ ଗୋଲରେ ପ୍ରୋଗ୍ରେସିଭ୍ କ୍ଲବକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ସୁପ୍ରିମଟାକ୍ସ ନିର୍ଦ୍ଦେଶକ ଅଜିତ ପାଲ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ବିକି ବିଶି, ସଞ୍ଜନ କୁଦେଇ ଓ ସୁଦୟ ବାରିକ ପରିଚାଳନା କରିଥିଲେ । ସେହିପରି ପଲ୍ଲୀଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ବିଏନ୍ଏଏ ଜରାସିଂହା ୩-୧ ଗୋଲରେ ବ୍ଲୁ ମାଉେଂଟନ କୁ ହରାଇ ସେମିଫାଇନାଲ କୁ ପ୍ରବେଶ କରିଛି । ଫୁଟବଲ ଏସୋସିଏସନ ଅଫ୍ ଓଡିଶା ତଥା ଜିଲ୍ଲା କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ରାମଜୀ ଯୁବକ ସଂଘ ସଦାଇପାଲି ସଭାପତି ଡ.ପ୍ରମୋଦ କୁମାର ମିଶ୍ର, ସୁଶ୍ରୀ ଆଇଟିଆଇ ପ୍ରିନ୍ସିପାଲ ଇଂ. ସନ୍ତୋଷ କୁମାର ବ୍ରହ୍ମା ଓ ପୂର୍ବତନ ଖେଳାଳି ନିଶାରକାନ୍ତ ନାଗ ଅତିଥି ଭାବରେ ଯୋଗ ଦେଇଥିଲେ । ରେଫରି ଭାବରେ ରାଜେନ୍ଦ୍ର ସେଠ, ଖଲିଲଉର ରହେମାନ, ସୁଦର୍ଶନ ସେଠ ଓ ସୁଧାଂଶୁ ସେଠ ଖେଳ ପରିଚାଳନା କରିଥିଲେ ।