ସକାଳେ ଉଠି କରୁଛନ୍ତି କି ଯୋଗ ? ତେବେ ଏହି ୫ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ….
ସକାଳେ ଉଠି ଯୋଗ କରିବାର ଦ୍ୱାରା ମାନସିକ ଶାନ୍ତି ଓ ଶରୀରକୁ ଫଟ୍ ରଖିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ଯୋଗ ପ୍ରମୁଖ ଭୂମିକା ନେଇଥାଏ। ସେଥିପାଇଁ ଆଜିର ବ୍ୟସ୍ତ ବହୁଳ ସମାଜରେ ମଣିଷ ଯୋଗକୁ ଆପଣାଇଛି। ନିଜକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ଯୋଗ ଓ ପ୍ରାଣାୟମ କରନ୍ତୁ । ଜଣେ ବ୍ୟକ୍ତି ନିୟମିତ ଯୋଗ କଲେ ନିରୋଗ ରହିବ। ଯୋଗ ମଣିଷ ଶରୀର ଓ ମନକୁ ସୁସ୍ଥ ଏବଂ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ।
ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇ ନ ଥାଏ ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ। ନୀରୋଗ ରହିବା ପାଇଁ ପ୍ରତିଦିନ ଜିମ୍ ଯିବା ଦରକାର ନାହିଁ କି କଠିନ କସରତ କରିବାର ଆବଶ୍ୟକତା ନାହିଁ । ନିୟମିତ ଜଣେ ଘରେ ଯୋଗାଭ୍ୟାସ କରି ସୁସ୍ଥ ରହିପାରିବେ । ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ।
ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା’ ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଏହି ବିଷୟରେ। ଆପଣ ପ୍ରଥମେ ସ୍ଥିର କରିବା ଦରକାର ଯେ, ଆପଣ କ’ଣ ପାଇଁ ଯୋଗ କରିବାକୁ ଚାହୁଁଛନ୍ତି। ଆପଣଙ୍କ ସମସ୍ୟା ସମାଧାନ ଲାଗି କେଉଁ ଯୋଗ ସର୍ବୋକୃଷ୍ଟ। ଏହାକୁ କରିବାର ପ୍ରଣାଳୀ କ’ଣ। ଏ ବିଷୟରେ ଆପଣଙ୍କର ଯଦି ଜ୍ଞାନ ନାହିଁ, ତେବେ ସର୍ବପ୍ରଥମେ ଆପଣ ଯୋଗ କ୍ଲାସ୍ରେ ସାମିଲ ହୁଅନ୍ତୁ। ନଚେତ ଭୁଲ ଯୋଗ ମୁଦ୍ରା କଲେ ଠିକ୍ ପରିବର୍ତ୍ତେ ଭୁଲ ଫଳ ପାଇବେ।
ଯୋଗ କରିବା ନିମନ୍ତେ ଶୁଦ୍ଧ ବାୟୁ ଚଳାଚଳ କରୁଥିବା ଖୋଲା ପଡିଆକୁ ବାଛନ୍ତୁ। ଯୋଗ କରିବା ସମୟରେ ଟାଇଟ୍ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ସମୟରେ ସବୁବେଳେ ଚେଷ୍ଟା କରିବେ, ଢିଲା ଓ ସୁତା କପଡା ପିନ୍ଧିବା ଲାଗି। ଏହି ସମୟରେ ଆପଣଙ୍କର ଝାଳ ମଧ୍ୟ ବାହାରିବ। ତେଣୁ ଏପରି ଡ୍ରେସ୍ ପିନ୍ଧନ୍ତୁ, ଯେଉଁଥିରେ ଆପଣ ଆରାମ ଭାବେ ବିଭିନ୍ନ ମୁଦ୍ରା ଓ ଆସନ କରି ପାରିବେ।
ଯୋଗର କେଉଁ ମୁଦ୍ରା କେତେ ସମୟ ପର୍ଯ୍ୟନ୍ତ କରିବା ଆବଶ୍ୟକ, ସେ ବିଷୟରେ ଆପଣଙ୍କର ଜ୍ଞାନ ରହିବା ଆବଶ୍ୟକ। ଯୋଗ କେବେ ବି ଜଲଦି ଭାବେ କରନ୍ତୁ ନାହିଁ। ଏହା ଲାଗି ଆପଣ ସମୟ ବାହାର କରି ସ୍ଥିର ମନରେ କରନ୍ତୁ । ଯୋଗ କରିବା ସମୟରେ ମନକୁ ସ୍ଥିର ରଖନ୍ତୁ। ଅସ୍ଥିର କିମ୍ୱା ଚଳଚଞ୍ଚଳ ହୁଅନ୍ତୁ ନାହିଁ।
ଯୋଗ କରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଆପଣ ନେଉଥିବା ନିଶ୍ୱାସ ହିଁ ଯୋଗର ଚାବି କାଠି। ତେଣୁ ନୂଆ କରି ଯୋଗ ଆରମ୍ଭ କରୁଥିଲେ, ଏହାର ପ୍ରଶିକ୍ଷଣ ନେବା ସହ ବିଭିନ୍ନ ମୁଦ୍ରା ଓ ଯୋଗାଭ୍ୟାସ ସମ୍ପର୍କରେ ଠିକ୍ ଭାବେ ଜାଣି ନିଅନ୍ତୁ।
ଯୋଗର ସବୁ ପ୍ରକ୍ରିୟାକୁ ଆରାମରେ ଓ ଶାନ୍ତିପୂର୍ଣ୍ଣ ଭାବେ କରନ୍ତୁ। ଏଥିଲାଗି ସର୍ବପ୍ରଥମେ ନିଜ ଶରୀର ଓ ମନକୁ ପ୍ରସ୍ତୁତ ରଖନ୍ତୁ। ଯୋଗ ଖାଇବାର ତତ୍କ୍ଷଣାତ ପରେ କିମ୍ବ ଯୋଗ କରିବା ପୂର୍ବରୁ ଭରପୁର ପେଟ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣ ଅସହଜ ଅନୁଭବ କରିବେ ଓ ଯୋଗକୁ ଠିକ୍ ଭାବେ କରି ପାରିବେ ନାହିଁ। ଫଳରେ ଏହା ଆପଣଙ୍କ ଲାଗି ଲାଭଦାୟକ ହେବ ନାହିଁ।
ସମୟ ଜ୍ଞାନ ଜରୁରୀ :
ସର୍ବଦା ଚେଷ୍ଟା କରନ୍ତୁ ଯେପରି ଯୋଗ ଶ୍ରେଣୀରେ ୧୦ମିନିଟ୍ ପୂର୍ବରୁ ଯାଇ ପହଞ୍ଚି ପାରିବେ । ଏପରି କରିବା ଦ୍ୱାରା ଆପଣ ଯୋଗ କରିବା ପାଇଁ ଉପଯୁକ୍ତ ସ୍ଥାନ ବାଛି ପାରିବେ । ଯୋଗ ଶ୍ରେଣୀରେ ଶୀଘ୍ର ପହଞ୍ଚିବା ଦ୍ୱାରା ଆପଣ ଅଲଗା ପ୍ରକାରର ଯୋଗ ଅଭ୍ୟାସ ମଧ୍ୟ କରିପାରିବେ ।
ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ :
ଯୋଗ କରିବାର ୨-୩ ଘଣ୍ଟା ପୂର୍ବରୁ ଖାଇବା ଅନୁଚିତ । କାରଣ ଖାଇବା ପରେ ଯୋଗ କରିବାକୁ ଇଚ୍ଛା ହୋଇ ନଥାଏ । ଖାଇବା ହଜମ ହେବାକୁ ଅନେକ ସମୟ ଲାଗିଥାଏ, ଆମେ ଯୋଗ କରିବା ପୂର୍ବରୁ ଖାଦ୍ୟ ଖାଇବା ଦ୍ୱାରା ଆମକୁ ଥକା ଲାଗିଥାଏ ଓ ବାନ୍ତି ମଧ୍ୟ ହୋଇପାରେ ।
ମୋବାଇଲ ଫୋନ ବ୍ୟବହାର ନିଷେଧ :
ଯୋଗ କରିବା ସମୟରେ ଜରୁରୀ ଅଟେ କେବଳ ଯୋଗ ଉପରେ ଧ୍ୟାନ ଦେବା । ମୋବାଇଲ ଫୋନକୁ ଯୋଗ ଶ୍ରେଣୀକୁ ନେଇ ଯାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ଧ୍ୟାନ ଯୋଗ ଉପରେ କେନ୍ଦ୍ରୀଭୂତ ସଠିକ ଭାବେ ହେବ ନାହିଁ ।
ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ :
ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଏକ ଭଲ ପ୍ରକୃତି ଅଟେ, କିନ୍ତୁ ଯୋଗ କରିବା ବେଳେ ଶ୍ରେଣୀରେ କଥାବାର୍ତ୍ତା ହ୍ରୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଧ୍ୟାନ ଯୋଗ ଉପରେ ରହି ନଥାଏ ।
ତଉଲିଆ କିମ୍ବା ରୁମାଲ ନେଇ ଯାଆନ୍ତୁ :
ଯୋଗ ଶ୍ରେଣୀକୁ ଯିବା ପୂର୍ବରୁ ବ୍ୟାଗ୍ରେ ତଉଲିଆ କିମ୍ବା ରୁମାଲ ରଖନ୍ତୁ । ଯୋଗ କରିବା ବେଳେ ଝାଳ ବାହାରିଲେ ତଉଲିଆ କିମ୍ବା ରୁମାଲ ସାହାଯ୍ୟରେ ଝାଳକୁ ପୋଛନ୍ତୁ ।
ଏହା ସହିତ ମନେ ରଖନ୍ତୁ ଯେ ଯୋଗ ମୁଦ୍ରା ଶିଖିବା ପରେ ଯେହି ମୁଦ୍ରା ଗୁଡିକୁ ଭଲ ଭାବରେ ଅଭ୍ୟାସ କରିବା ଆବଶ୍ୟକ । ଯୋଗ ସରିବା ପରେ ସଙ୍ଗେ ସଙ୍ଗେ ଶ୍ରେଣୀରୁ ବାହାରି ଆସନ୍ତୁ । ସର୍ବଦା ହାଲକା ପୋଷାକ ପିନ୍ଧି ଯୋଗ କରନ୍ତୁ ।