ଆସନ୍ତାକାଲି ଠାରୁ ଯୁକ୍ତ୩ ନାମଲେଖା ପାଇଁ ଆବେଦନ
![](https://thetruths.in/wp-content/uploads/2021/08/Plus-3-Enrollment-Application-1024x538.jpg)
ଭୁବନେଶ୍ୱର : ଆସନ୍ତାକାଲି (ଶୁକ୍ରବାର) ଠାରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଡିଏଚଇ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଓ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସାମସ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ରେ ଲଗଇନ୍ କରି ଆବେଦନ କରିହେବ । ସେପ୍ଟେମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିଶନ୍ ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ ।
ସେହିପରି ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ମେରିଟ୍ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ, ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନ୍ ରେ ଆଡ୍ମିଶନ୍ ଫି’ ଦାଖଲ କରିବେ ।