ଦଳ ବିରୋଧୀ କାର୍ଯ୍ୟକଳାପ ପଡିଲା ମାହାଙ୍ଗା, ଅନୁଗୁଳ ଜିଲା ବିଜେଡିର ଦୁଇ ନେତା ନିଲମ୍ବିତ
![](https://thetruths.in/wp-content/uploads/2023/02/BJD.jpeg)
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉ ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ବିଜେଡିର ଦୁଇ ନେତା । ଅନୁଗୁଳ ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଓ ଜିଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଯୋଗେଶ ଭୁକ୍ତାଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।