କାଲିଠୁ ଆଉ ଏକ ପଶ୍ଚିମାଝଡ ! ଆଜି ୧୨ ଜିଲାକୁ ଅରେଞ୍ଜ ଓ ୧୩ ଜିଲାକୁ ୟେଲୋ ଆଲର୍ଟ ଜାରି
![](https://thetruths.in/wp-content/uploads/2023/03/Rain-1024x576.jpg)
ଭୁବନେଶ୍ବର : ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୧୫ ତାରିଖରୁ ବିଜୁଳି ଘଡଘଡ଼ି, ବର୍ଷା ପବନ ସହ କୁଆପଥର ମାଡ ଜାରି ରହିଛି । ଗୋଟିଏ ପଶ୍ଚିମାଝଡ଼ ନ ଯାଉଣୁ ଆସନ୍ତାକାଲି ଠାରୁ ଆଉ ଏକ ପଶ୍ଚିମାଝଡ଼ର ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଲାଗିରହିବ କାଳବୈଶାଖୀର ତାଣ୍ଡବ । ୨୫ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନରେ ହେବ ବର୍ଷା । ସେହିପରି ଆଜିଠାରୁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।
ରାଜ୍ୟରେ ଆସନ୍ତା ୨୫ ଯାଏଁ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନ କାଳବୈଶାଖିର ତାଣ୍ଡବ ଲାଗିରହିବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉକ୍ତ ଜିଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସମ୍ବଲପୁର ଏବଂ ଦେବଗଡ । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ହାଲୁକାରୁ ମଧ୍ୟମଧରଣର ବର୍ଷା ପାଇଁ ୧୩ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ଏଣେ ସାରା ରାଜ୍ୟରେ ଗତ ମଙ୍ଗଳବାର କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୯.୨ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୨.୨ ମିମି, କଟକରେ ୧୧.୨ମିମି, ଭବାନୀପାଟଣାରେ ୧୨.୨ମିମି, ଖୋର୍ଦ୍ଧାରେ ୧୫ମିମି, ଜଗତସିଂହପୁରରେ ୧୦ମି.ମି, କେନ୍ଦ୍ରାପଡ଼ାରେ ୧୦.୪ମି.ମି ବର୍ଷା ହୋଇଛି। ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, ଅନୁଗୋଳ, ପୁରୀ, ଝାରସୁଗୁଡା, ସମ୍ବଲପୁର, ଫୁଲବାଣୀ, ଛତ୍ରପୁରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି ।