ଟି-୨୦ରେ ଆଉ ଏକ ‘ବିରାଟ’ ରେକର୍ଡ, ବିଶ୍ୱର ପ୍ରଥମ ବ୍ୟାଟର ଭାବେ ୪ହଜାର ରନ୍ ପୂରଣ
ଆଡିଲେଡ : ଟି-୨୦ କ୍ରିକେଟ୍ରେ ଆଉ ଏକ ‘ବିରାଟ’ ରେକର୍ଡ କଲେ ବିରାଟ କୋହଲି । ଟି-୨୦ କ୍ରିକେଟ୍ରେ ସବୁଠାରୁ ଅଧିକ ରନ୍ର ରେକର୍ଡ ନିଜ ନାମରେ କରିଛନ୍ତି । ସେ ଟି-୨୦ ଅନ୍ତର୍ଜାତୀୟରେ ୪ ହଜାର ରନ ପୂରଣ କରିଛନ୍ତି। ମୋଟ ୧୧୫ଟି ମ୍ୟାଚ୍ ଖେଳି ସେ ଏହି ରନ୍ ପୂରଣ କରିଛନ୍ତି । ଏପରି ରନ୍ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍ । ଆଡିଲେଡ ଓଭାଲରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ବିରାଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।
ପୂର୍ବରୁ ବିରାଟ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୧୦୧୬ ରନକୁ ଅତିକ୍ରମ କରିଥିଲେ। ଏବେ ବିରାଟ ଟି-୨୦ ବିଶ୍ୱକପରେ ୧୧ଶହରୁ ଅଧିକ ରନ କରି ସାରିଲେଣି। ଆଜି ମ୍ୟାଚ୍ ଆରମ୍ଭରୁ ବିରାଟ ୪ ହଜାର ରନ ମାଇଲ ଖୁଣ୍ଟ ଠାରୁ ୪୨ ରନ ପଛରେ ଥିଲେ। ଆଜି ସେ ଭାରତୀୟ ଇନିଂସର ୧୫ତମ ଓଭରରେ ଲିଆମ ଲିଭଙ୍ଗଷ୍ଟୋନଙ୍କୁ ଚୌକା ମାରି ୪ ହଜାର କ୍ଲବରେ ପ୍ରଥମ ବ୍ୟାଟର ଭାବେ ପ୍ରବେଶ କରିଛନ୍ତି। ଏବେ ସୁଦ୍ଧା ବିରାଟ ଟି-୨୦ରେ ୪୦୦୮ ରନ କରିଛନ୍ତି। ଆଜି ସେ ୪୦ ବଲରେ ୫୦ ରନ କରି ଆଉଟ ହୋଇଛନ୍ତି। ଏହାବାଦ ଆଜି ବିରାଟ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ଚୌକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ବିଶ୍ୱର ଏକମାତ୍ର କ୍ରିକେଟର ଯିଏ ଦୁଇ ଥର ବିଶ୍ୱକପରେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଛନ୍ତି। ସେ ୨୦୧୪ ଓ ୨୦୧୬ରେ ପ୍ଲେୟାର ଅଫ ଦି ସିରିଜ୍ ପୁରସ୍କାର ପାଇଥିଲେ। ଚଳିତ ବିଶ୍ୱକପରେ ମଧ୍ୟ କୋହଲି ଏଯାଏ ସର୍ବାଧିକ ରନ ହାସଲକାରୀ କ୍ରିକେଟର ରହିଛନ୍ତି। ତାଙ୍କୁ ପଛକୁ ସୂର୍ଯ୍ୟ କୁମାର ଯାଦବ ଅଛନ୍ତି।
A Special TON! 👏 👏@imVkohli has now hit 1⃣0⃣0⃣ Fours in the #T20WorldCup! 🙌 🙌
— BCCI (@BCCI) November 10, 2022
Follow the match ▶️ https://t.co/5t1NQ2iUeJ #TeamIndia | #INDvENG pic.twitter.com/yuVockhlI7
ସେହିପରି ବିରାଟ କୋହଲିଙ୍କ ପଛକୁ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ସେ ୧୪୭ଟି ମ୍ୟାଚ୍ ଖେଳି ୩୮୨୬ ରନ୍ କରିଛନ୍ତି । ତାପରେ ମାର୍ଟିନ ଗୁପ୍ଟିଲ୍ ୧୨୨ଟି ମ୍ୟାଚ୍ ଖେଳି ୩୫୩୧ ରନ୍, ପଲ୍ ଷ୍ଟ୍ରିଲିଂ ୧୨୧ ମ୍ୟାଚ୍ ଖେଳି ୩୧୮୧ ରନ୍, ବାବର ଆଜମ ୯୮ଟି ମ୍ୟାଚ୍ ଖେଳି ୩୩୨୩ ରନ୍, ଆରୋନ୍ ଫିଞ୍ଚି ୧୦୩ଟି ମ୍ୟାଚ୍ ଖେଳି ୩୧୨୦, ଡେଭିଡ୍ ଓ୍ୱାର୍ଣ୍ଣର ୯୯ ଟି ମ୍ୟାଚ୍ ଖେଳି ୨୮୯୪ ରନ୍, ମହମ୍ମଦ ହାଫିଜ୍ ୧୧୯ ଟି ମ୍ୟାଚ୍ ଖେଳି ୨୫୧୪ରନ୍, ମହମ୍ମଦ ରିଜ୍ଓ୍ୱାନ୍ ୭୯ଟି ମ୍ୟାଚ୍ ଖେଳି ୨୬୨୦ ରନ୍ କରିଛନ୍ତି ।