ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ ଦେଲା
ଆଡିଲେଡ : ଚଳିତ ଟି-୨୦ ବିଶ୍ୱକପ ଫାଇନାଲ୍ ଟିକେଟ୍ ପାଇଁ ଆଉ ଏକ ଲଢେଇ । ଗୁରୁବାର ଆଡିଲେଡ ଓଭାଲରେ ଦ୍ୱିତୀୟ ସେମି ଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ତେଣୁ ପ୍ରଥମେ ବ୍ୟାଟିଂ କରି ଭାରତ ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ । ଫଳରେ ବିଶ୍ୱକପ ଫାଇନାଲ ଟିକେଟ ପାଇଁ ଜୋଶ ବଟଲରଙ୍କ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ମିଳିଛି।
ଆଜିର ମ୍ୟାଚରେ ଗର୍ଜିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ। ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଛି। ପାଣ୍ଡ୍ୟା ଶେଷ ବଲରେ ଚୌକା ମାରିଥିଲେ ମଧ୍ୟ ସେ ହିଟ୍ ୱିକେଟ ହୋଇଯାଇଥିଲେ। ତେଣୁ ଉକ୍ତ ବଲଟି ଡଟ୍ ହୋଇଯାଇଛି। ପାଣ୍ଡ୍ୟାଙ୍କ ବ୍ୟତୀତ ବିରାଟ କୋହଲି ୫୦ ରନ ଓ ରୋହିତ ଶର୍ମା ୨୭ ରନର ଇନିଂସ ଖେଳିଛନ୍ତି। ସେମି ଫାଇନାଲରେ ଯେଉଁ ଦଳ ଜିତିବ, ଆସନ୍ତା ରବିବାର ପାକିସ୍ତାନ ବିପକ୍ଷରେ ଫାଇନାଲ ମ୍ୟାଚ୍ ଖେଳିବ।
ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ ଓପନ୍ର । ରୋହିତ ଓ ରାହୁଲ ଓହ୍ଲାଇଥିଲେ । କିନ୍ତୁ ଅଧିକ ସମୟ ଧରି କ୍ରିଜ୍ରେ ରହିପାରିନଥିଲେ ରାହୁଲ୍ । ଦଳୀୟ ସ୍କୋର ୯ ରନ୍ ହୋଇଥିବା ଲାଗିଥିଲା ପ୍ରଥମ ଝଟ୍କା । ଓପନର କେଏଲ୍ ରାହୁଲ୍ ବ୍ୟକ୍ତିଗତ ଭାବେ ୫ ରନ୍ କରି ଆଉଟ ହୋଇଥିଲେ । ରୋହିତ ବି ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ୪୦ ବଲ୍ରେ ୫୦ ରନ୍ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଯାହାଫଳରେ ଭାରତ ମୋଟ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୮ ରନ୍ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡକୁ ସେମିଫାଇନାଲ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୧୬୯ ରନ୍ ହାସଲ କରିବାକୁ ପଡିବ । ସେହିପରି ଇଂଲଣ୍ଡ ପକ୍ଷରୁ ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ୪ଓଭର ବୋଲିଂ କରି ୪୩ ରନ୍ ଦେଇ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଆଦିଲ ରାସିଦ ଓ କ୍ରିସ୍ ଭୋକ୍ସ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।