ଉଦ୍ଧବଙ୍କୁ ଆଉ ଏକ ଝଟକା, ସିନ୍ଦେ ଗୋଷ୍ଠୀକୁ ମିଳିଲା ସଂସଦର ଶିବସେନା ଅଫିସ୍
![](https://thetruths.in/wp-content/uploads/2023/02/Shiv-Sena.jpg)
ମୁମ୍ବାଇ : ଶିବସେନା ଦଳର ନାମ ଓ ଚିହ୍ନ ହରାଇବା ପରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ଏବେ ସଂସଦରେ ଶିବସେନା ଅଫିସ୍ ବି ସିନ୍ଦେ ଗୋଷ୍ଠୀକୁ ଦିଆଯାଇଛି । ଲୋକସଭା ସେକ୍ରେଟେରିଏଟ୍ ଏନେଇ ସୂଚନା ଦେଇଛି । ଏବେ ଏହି ଅଫିସ୍ ଉପରେ ଉଦ୍ଧବ ଗୋଷ୍ଠୀର କୌଣସି ଅଧିକାର ରହିବ ନାହିଁ। ଏହାପୂର୍ବରୁ ସୋମବାର (ଫେବୃଆରୀ ୨୦) ସିନ୍ଦେ ଟିମ୍ ମହାରାଷ୍ଟ୍ର ବିଧାନସଭାରେ ଶିବସେନା କାର୍ଯ୍ୟାଳୟ କବଜା କରିଥିଲା ।
ସିନ୍ଦେ ଗୋଷ୍ଠୀକୁ ଶିବସେନା ନାମ ଓ ଚିହ୍ନ ପ୍ରଦାନ ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଗୋଷ୍ଠୀ ସୋମବାର ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ବୁଧବାର ଉଦ୍ଧବ ଗୋଷ୍ଠୀର ଏହି ଆବେଦନର ଶୁଣାଣି ହେବ।