କର୍ଣ୍ଣାଟକରେ ବିଜେପିକୁ ଆଉ ଏକ ଝଟ୍କା : କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାର
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଜେପିକୁ ଆଉ ଏକ ଝଟ୍କା। ପ୍ରଥମେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ କଂଗ୍ରେସରେ ମିଶିଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। କର୍ଣ୍ଣାଟକ ବରିଷ୍ଠ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ସେଟ୍ଟାର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ କଂଗ୍ରେସରେ ଯୋଗ ଦେଇଥିବା ଜଣାପଡ଼ିଛି ।
ସୋମବାର ସକାଳେ ବେଙ୍ଗାଲୁରୁର ଦଳୀୟ ଅଫିସ୍ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେୱାଲା, ସିଦ୍ଧରମେୟାଙ୍କ ଉପସ୍ଥିତିରେ ଶେଟ୍ଟାରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ କୌଣସି ଦାବି କରି ନାହାନ୍ତି ବୋଲି ଶିବକୁମାର କହିଛନ୍ତି।
#WATCH | Former Karnataka CM Jagadish Shettar joins Congress, in the presence of party president Mallikarjun Kharge, KPCC president DK Shivakumar & Congress leaders Randeep Surjewala, Siddaramaiah at the party office in Bengaluru.
— ANI (@ANI) April 17, 2023
Jagadish Shettar resigned from BJP yesterday. pic.twitter.com/vxqVuKKPs1
ଶିବକୁମାର କହିଛନ୍ତି ଯେ, “ଜଗଦିଶ ଶେଟ୍ଟାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଦାବି କରାଯାଇ ନାହିଁ। ସେ ଦଳର ନୀତି ଆଦର୍ଶ ସହ ରାଜି ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଆମେ ଦେଶକୁ ଏକାଠି କରିବାକୁ ଚାହୁଁଛୁ। କେବଳ କଂଗ୍ରେସ ହିଁ ଏପରି କରିପାରିବ। ”