ଦେଶରେ ଆଉ ୧,୨୬୦ କରୋନା ସଂକ୍ରମିତ ଓ ୮୩ ମୃତ
![](https://thetruths.in/wp-content/uploads/2022/04/India-Corona-Status-1.jpeg)
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲାଗିଛି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୨ ହଜାର ତଳକୁ ଖସିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ଼ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ଶହ ତଳକୁ ରହିଛି ମୃତ୍ୟୁ ସଂଖ୍ୟା ।
ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧,୨୬୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ ୧,୪୦୪ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା। ୮୩ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ କରୋନାରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୨୬୪ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ୧୩,୪୪୫ ସକ୍ରିୟ ମାମଲା ରହିଛି ଏବଂ ୪,୨୪,୯୨,୩୨୬ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ୧,୨୬୦ ମାମଲା ଆସିବା ପରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪,୩୦,୨୭,୦୩୫ କୁ ବୃଦ୍ଧି ପାଇଛି ।
भारत में पिछले 24 घंटों में #COVID19 के 1,260 नए मामले सामने आए, 1,404 लोग डिस्चार्ज हुए और 83 लोगों की कोरोना से मौत हुई।
— ANI_HindiNews (@AHindinews) April 2, 2022
कुल मामले: 4,30,27,035
सक्रिय मामले: 13,445
कुल रिकवरी: 4,24,92,326
कुल मौतें: 5,21,264
कुल वैक्सीनेशन: 1,84,52,44,856 pic.twitter.com/hIT6LabBZR
ସରକାରୀ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୯୨ ହଜାର ୩୨୬ ଲୋକ ସୁସ୍ଥ ହୋଇଛନ୍ତି। ଗତକାଲି ତୁଳନାରେ ଆଜି କରୋନା ମାମଲାରେ ସାମାନ୍ୟ ହ୍ରାସ ଘଟିଛି । ଗତକାଲି ୧,୩୩୫ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ୫୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏ ଯାବତ୍ ୧୮୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।