ପୁଣି ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼, ଘରୋଇ ଏଲପିଜି ଦର ୫୦ ଟଙ୍କା ବୃଦ୍ଧି
![](https://thetruths.in/wp-content/uploads/2022/05/Domestic-LPG.jpg)
ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ପୂର୍ବରୁ ପେଟ୍ରୋଲ-ଡିଜେଲ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କ ଏବେ ହାଣ୍ଡିଶାଳ ଉପରେ ହୋଇଛି ଆକ୍ରମଣ । କମର୍ସିଆଲ ଏଲପିଜି ପରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି | କେନ୍ଦ୍ର ସରକାର ଶନିବାର ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହି ଦରବୃଦ୍ଧି ଅଜିଠାରୁ ଲାଗୁ ହୋଇଛି | ନୂଆ ଦର ସହ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୯୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି। ମାସକ ବ୍ୟବଧାନ ପରେ ଘରୋଇ ଏଲପିଜି ଦର ବଢ଼ିଛି । ଏହାପୂର୍ବରୁ ମାର୍ଚ୍ଚ ୨୨ ରେ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ସୂଚନା ଯେ, ଏହାପୂର୍ବରୁ ଗତ ମାର୍ଚ୍ଚ ୨୨ ତାରିଖରେ ମଧ୍ୟ ଏଲ୍ପିଜି ସିଲିଣ୍ଡର୍ ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ, ଏପ୍ରିଲ୍ ମାସରେ ଏଲ୍ପିଜି ସିଲିଣ୍ଡର୍ ଦର ବୃଦ୍ଧି ପାଇ ନ ଥିଲା। ସେହିପରି ମେ ୧ରେ ବ୍ୟାବସାୟିକ ଏଲପିଜି ଦର ସିଲିଣ୍ଡର (୧୯ କେ.ଜି.) ପିଛା ଦର ଟ. ୧୦୨.୫୦ ବୃଦ୍ଧି ପାଇ ଟ. ୨୩୫୫.୫୦ ହୋଇଛି। ସେଥିସହ ୫-କେଜିଆ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ମଧ୍ୟ ୬୫୫ ଟଙ୍କାକୁ ବୃଦ୍ଧି ପାଇଥିଲା।
ଏହା ବ୍ୟତିରେକେ, ଚଳିତ ମାସ ପ୍ରାରମ୍ଭରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ (୧୯ କେ.ଜି.) ଦର ଟ. ୧୦୨.୫୦ ବୃଦ୍ଧି ପାଇ ଟ. ୨୩୫୫.୫୦ ହୋଇଛି। ସେଥିସହ ୫-କେଜିଆ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ମଧ୍ୟ ୬୫୫ ଟଙ୍କାକୁ ବୃଦ୍ଧି ପାଇଥିଲା।