ଭୂକମ୍ପରେ ଥରିଲା ଅମୃତସର, ତୀବ୍ରତା ୪.୧ ରେକର୍ଡ
![](https://thetruths.in/wp-content/uploads/2022/11/Amritsar-Earthquake.jpg)
ଚଣ୍ଡିଗଡ଼ : ଭୂକମ୍ପରେ ଥରିଲା ପଞ୍ଜାବର ଅମୃତସର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଅମୃତସରର ପଶ୍ଚିମ ଉତ୍ତର ପଶ୍ଚିମରୁ ୧୪୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଭୋର ୦୩.୪୨ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, ଅମୃତସରର ପଶ୍ଚିମ ଉତ୍ତର ପଶ୍ଚିମରୁ ୧୪୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୨୦କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ ୩୧.୯୫ ହୋଇଥିବାବେଳେ ଦ୍ରାଘିମା ୭୩.୩୮ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ଗତକାଲି ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା । ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୮୪ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାର ଗଭୀରତା ୧୨୦କିଲୋମିଟର ରୋକର୍ଡ କରାଯାଇଥିଲା । ସେହିପରି ଅକ୍ଷାଂଶ ୩୬.୪୪ ହୋଇଥିବାବେଳେ ଦ୍ରାଘିମା ୭୧.୦୩ ରହିଥିଲା।