କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼, ବଢ଼ିଲା ହୀରାକୁଦର ଜଳସ୍ତର
ଛତିଶଗଡ଼ : ବର୍ଷା ଋତୁ ଆରମ୍ଭ ହେବା କ୍ଷଣି ଛତିଶଗଡ ସ୍ଥିତ କଲମା ବ୍ୟାରେଜର ସମସ୍ତ ଗେଟ ଗୁଡିକୁ ଖୋଲିଦେଇଛି ଛତିଶଗଡ଼। ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର।
ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲକ୍ଷ ୧୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୩. ୬୭ ଫୁଟ। ତେବେ କଲମାର ସମସ୍ତ ଗେଟ୍ ଖୋଲିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାରକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ।