୪୬ ବର୍ଷ ବୟସରେ ଆଥ୍ଲେଟ୍ ବବିତାଙ୍କ କମାଲ, ରେସ୍ ୱାକ୍ରେ ଆଣିଲେ ରୌପ୍ୟ ପଦକ
![](https://thetruths.in/wp-content/uploads/2022/06/Athelate-Babita-Panda.jpg)
ବାଲେଶ୍ୱର : ଗୁଜରାଟ ସ୍ପୋର୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଫାଷ୍ଟ୍ ନେସନାଲ୍ ଓପନ୍ ମାଷ୍ଟର ଆଥଲେଟିକ୍ସ ଚମ୍ପିଆନସିପ୍-୨୦୨୨ରେ ଆଥଲେଟ୍ ବବିତା ପଣ୍ଡା । ୩ ହଜାର ମିଟର ରେସ୍ ୱାକ୍ରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୪୬ ବର୍ଷ ବୟସରେ ବି ସେ ଏଭଳି ରେସ୍ରେ ଭାଗ ନେବା ସହ ପଦକ ଜିତି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ।
ଗୁଜୁରାଟର ଭଦୋଦରାରେ ଫାଷ୍ଟ୍ ନ୍ୟାସନାଲ୍ ଓପନ୍ ମାଷ୍ଟର ଆଥଲେଟିକ୍ସ ଚମ୍ପିଆନସିପ୍-୨୦୨୨ ଆୟୋଜିତ ହୋଇଥିଲା । ବବିତା ବର୍ତ୍ତମାନ ସଦର ଥାନାରେ ଜଣେ ପୋଲିସ କର୍ମଚାରୀ ଭାବରେ ନିୟୋଜିତ ଅଛନ୍ତି । ଜୁନ୍ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଷ୍ଟ୍ ନ୍ୟାସନାଲ୍ ଓପନ୍ ମାଷ୍ଟର ଆଥଲେଟିକସ୍ ଚମ୍ପିଆନସିପ୍-୨୦୨୨ ଆୟୋଜିତ ହୋଇଥିଲା । ଏଥିରେ ମୋଟ ୭ ହଜାର ଆଥ୍ଲେଟ୍ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ଏକମାତ୍ର ଆଥଲେଟ୍ ଭାବରେ ବବିତା ଏହି ଚମ୍ପିଆନସିପ୍ରେ ଭାଗ ନେଇଥିଲେ । ସହଯୋଗ ନମିଳିଲେ ବି ନିଜ ଅର୍ଥ ଓ ସାମର୍ଥ୍ୟ ଅନୁଯାୟୀ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିଛନ୍ତି ବବିତା । ବର୍ତ୍ତମାନ ସୁଦ୍ଧା ସେ ୨୫ରୁ ଅଧିକ ପଦକ ହାସଲ କରିସାରିଛନ୍ତି । ଉପଯୁକ୍ତ ପ୍ରୋତ୍ସାହନ ମିଳୁନଥିବାରୁ ରାସ୍ତାରେ ଅଭ୍ୟାସ କରି ଏହି ଉପଲବ୍ଧି ହାସଲ କରିଛନ୍ତି ବବିତା ପଣ୍ଡା ।