ପୁଣି ଫେରିଲା ବାଟେଘାଟେ
![](https://thetruths.in/wp-content/uploads/2022/09/Bateghate-Programme.jpeg)
ଦେବଗଡ଼ : କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷଧରି ବନ୍ଦ ରହିଥିବା ଲୋକପ୍ରିୟ କାର୍ଯ୍ୟକ୍ରମ “ବାଟେଘାଟେ” ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଛି l ପ୍ରଧାନପାଟ ରୋଡ଼ରେ ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ବ୍ରଜବନ୍ଧୁ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୁଆଁଖାଇ ଭେଟଘାଟ ସହ ଆୟୋଜିତ ବାଟେଘାଟେ କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ବହୁ ମନୋରଞ୍ଜନ, କ୍ରୀଡା, ସଂଗୀତ, ସ୍ୱାସ୍ଥ୍ୟ ଯାଞ୍ଚ ଆଦିର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି l
ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଝୋଟି ଚିତା, ଚିତ୍ରାଙ୍କନ ସହ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖି ଥିବା ବେଳେ ରାମ୍ପ ସୋ ମଧ୍ୟ ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିଥିଲା l ପ୍ରଧାନପାଟର ଖୋଲା ପରିବେଶରେ ସକାଳୁ ସକାଳୁ ଏଭଳି କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ କରାଯାଇଥିବାରୁ ବିଭିନ୍ନ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି l