ବିଗିଡିଲା ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲ୍ରେ ଭର୍ତ୍ତି
ମୁମ୍ଵାଇ : ‘କେରଳ ଷ୍ଟୋରୀ’ ପାଇଁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଅଛି । ଏନେଇ ତାଙ୍କୁ ଡାକ୍ତରଖାବନାରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କୁ ଡାଇରିଆ ଏବଂ ଫୁଡ ପଏଜନ୍ ହୋଇଛି। ଏହି ଖବର ଆସିବା ମାତ୍ରେ ପ୍ରଶଂସକମାନେ ଚିନ୍ତିତ ହୋଇ ଅଭିନେତ୍ରୀଙ୍କ ରିକଭରି ପାଇଁ ପ୍ରାର୍ଥନା କରୁଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ ଅଦା ଶର୍ମା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘କମାଣ୍ଡୋ’ର ପ୍ରମୋସନ ପାଇଁ ଯାଉଥିଲେ। ତା’ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ଏକ ସୋର୍ସରୁ ଜନାପଡିଛି କି ସେ ବହୁତ ଚାପରେ ଥିଲେ ଏବଂ ଦୁର୍ବଳ ଅନୁଭବ କରୁଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଡାକ୍ତରଙ୍କ ତତ୍ତ୍ବଧାନରେ ଅଛନ୍ତି।
ସୂଚନା ଯେ, ଫିଲ୍ମ ‘କେରଳ କାହାଣୀ’ ପରେ ଅଦା ଶର୍ମା ଖୁବ୍ ଶୀଘ୍ର ‘କମାଣ୍ଡୋ’ ୱେବ୍ ସିରିଜରେ ନଜର ଆସିବେ। ଏହି ୱେବ୍ ସିରିଜ୍ରେ ଅଦାଙ୍କ ସହ ପ୍ରେମ୍ ମୁଖ୍ୟ ଭୂମିକାରେ ଦେକିବାକୁ ମିଳିବେ । ଏହି ଦୁଇ ତାରକାଙ୍କ ବ୍ୟତୀତ ଏଥିରେ ଅମିତ ସିଆଲ୍, ତିଗମାନସୁ ଧୁଲିଆ ଏବଂ ମୁକେଶ ଛାବ୍ରା ମଧ୍ୟ ଅଛନ୍ତି। ଏହି ୱେବ୍ ସିରିଜ୍ ଅଗଷ୍ଟ ୧୧ ରେ ଡିଜନି ହଟଷ୍ଟାର୍ ପ୍ଲସରେ ମୁକ୍ତିଲାଭ କରିବ ।