ବଳି ପଡ଼ିଲା ଶାଶୂ ଓ ପତ୍ନୀଙ୍କ ଅତ୍ୟାଚାର, ଫେସବୁକରେ ଲାଇଭ ଭିଡ଼ିଓ କରି ଜୀବନ ହାରିଲେ ଯୁବକ
![](https://thetruths.in/wp-content/uploads/2023/03/Live-Video-Death-1024x640.jpeg)
ବାଲେଶ୍ୱର : ସୋସିଆଲ ମିଡ଼ିଆରେ ଲାଇଭ ଭିଡ଼ିଓ କରି ଜୀବନ ହାରିଲେ ଯୁବକ । ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ବଡ଼ମନ୍ଦାରୁଣି ଗାଁର ରାଜକିଶୋର ମହାନ୍ତି ନାମକ ଜଣେ ଯୁବକ ଫେସବୁକରେ ଲାଇଭ ଭିଡ଼ିଓ କରି ହାଇଦ୍ରାବାଦ ସ୍ଥିତ ତାଙ୍କ ଭଡ଼ାଘରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବର ଭିଡ଼ିଓରେ ଶାଶୂ ଓ ପତ୍ନୀଙ୍କ ଅତ୍ୟାଚାରରେ ଅସହ୍ୟ ହୋଇପଡ଼ିଥିବା କହିଛନ୍ତି ।
ରାଜକିଶୋର ଗତ କିଛି ବର୍ଷ ହେଲା ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ହାଇଦ୍ରାବାଦରେ ରହୁଥିଲେ । ୬ ତାରିଖରେ ତାଙ୍କ ପତ୍ନୀ ଓ ପୁଅ ନଥିବା ବେଳେ ଭିତରବଟୁ କବାଟ ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ରାଜକିଶୋରଙ୍କ ସମ୍ପର୍କୀୟ ଫେସବୁକ୍ ଭିଡ଼ିଓ ଦେଖି ତାଙ୍କ ଭଡ଼ାଘରେ ପହଞ୍ଚି ଘର ଭାଙ୍ଗି ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ମୃତ୍ୟୁ ପୂର୍ବରୁ ରାଜକିଶୋର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ୮ ମିନିଟ ୫ ସେକେଣ୍ଡ ଭିଡ଼ିଓରେ ତାଙ୍କ ପତ୍ନୀ ଓ ଶାଶୁଙ୍କ ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସଂସାରକୁ ଭଲରେ ଚଳାଇବା ପାଇଁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇଥିବା କହିଛନ୍ତି । ଏହି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଯାହା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।