ନୀଳଗିରିରେ ୨ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
![](https://thetruths.in/wp-content/uploads/2021/11/Sports-1024x768.jpg)
ନୀଳଗିରି : ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ପଞ୍ଚାୟତ ଥିବା ତେଲିପାଳ ପଡ଼ିଆରେ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିନରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ଖେଳକୁ ଉଦ୍ଘାଟନ କରିଥିଲେ । ଖେଳାଳୀମାନେ ଖେଳୁଆଡ଼ ମନୋଭାବ ରଖି ଖେଳ ଖେଳିଲେ ଭବିଷ୍ୟତରେ ଦିନେ ନା ଦିନେ ଜିଲ୍ଳା ଓ ରାଜ୍ୟ ବାହାରେ ଖେଳ ଖେଳି ନିଜ ନାମ ଅର୍ଜନ କରିପାରିବେ ।
ଶେଷ ଦିନରେ ତଥା ରବିବାର ଦିନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶଚନ୍ଦ୍ର ସୋରେନ ଓ ମୁଖ୍ୟ ବକ୍ତା ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ବକ୍ତବ୍ୟରେ ଖେଳ ଖେଳିବା ଦ୍ୱାରା ଶରୀରରେ ଶାରିରୀକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ ବୋଲି ପ୍ରକାଶ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଦି ଦଳ ଭାଗ ନେଇଥିଲେ । ଫାଇନାଲରେ ବାଲେଶ୍ୱର ଜିଲ୍ଲାର ସୁତେଇ ଏଫ.ସି. ଓ ଗଡ଼ଦେଉଳିଆ ମଧ୍ୟରେ ଖେଳ ହୋଇଥିଲା । ଗଡ଼ଦେଉଳିଆ ଟିମ୍ ୪-୩ ପେନାଲ୍ଟି ଗୋଲରେ ସୁତେଇ ଏଫ.ସି. କୁ ପରାସ୍ତ କରି ବିଜେତା ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ ବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତେଲିପାଳ ସରପଞ୍ଚ ସାରେଲ ବାସ୍କେ, ସମାଜସେବୀ ଉପେନ୍ଦ୍ର ଦାସ, ଅକ୍ଷୟ ବେହେରା, ପ୍ରବୀଣ ନାୟକ, କୁଳମଣି ନାୟକ, କରନ ମାଝୀ, ସୂର୍ଯ୍ୟ ମାଝୀ, ଅକ୍ଷୟ ହେମ୍ବ୍ରମ, ବିଜୟ ମାଝୀ, ଦେବେନ୍ଦ୍ର ମାଝୀ, ଲସ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ ।