କୁଞ୍ଚିବଣିଆରେ ଦୁଇ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କଳାକାଦ ଫେମସ ଚମ୍ପିଆନ
![](https://thetruths.in/wp-content/uploads/2023/02/Cricket-1024x575.jpg)
ନୀଳଗିରି : ନୀଳଗିରି ବ୍ଲକ ଗରଡିହି ଗ୍ରାମପଞ୍ଚାୟତ କୁଞ୍ଚିବଣିଆ ଠାରେ ମାର୍ଶଲ କ୍ଲବ ଆନୁକୂଲ୍ୟରେ ୨ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।
ଗତ ଫେବୃଆରୀ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ମ୍ୟାଚର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ମୋଟ ୧୬ ଗୋଟି ଦଳ ଏହି ଟୁର୍ଣ୍ଣାମେଂଟ ରେ ଭାଗ ନେଇ ଥିବା ବେଳେ ଫାଇନାଲ ମ୍ୟାଚ କଳାକାଦ ଫେମସ ଏକାଦଶ ଏବଂ ଗରଡିହି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗରଡିହି ଏକାଦଶକୁ ହରାଇ କଳାକାଦ ଫେମସ ଚମ୍ପିଆନ ହୋଇଥିଲା ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟକାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ନୀଳଗିରିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶିର ମହାପାତ୍ର ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର ଯୋଗଦେଇ ଏହିଭଳି ଖେଳ ପ୍ରତିଯୋଗିତା ଯୁବକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହ ଏକ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ । ସମ୍ମାନନୀୟ ଅତିଥି ଭାବେ ଗରଡିହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବୈଦନାଥ ସିଂ , ନୀଳଗିରିର ଯୁବସମାଜସେବୀ ଉଦୟଜ୍ୟୋତି ମହାନ୍ତି ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଦସ୍ୟମାନେ ସହଯୋଗ କରିଥିବା ବେଳେ ରମେଶ ନାୟକ ମଞ୍ଚ ପରିଚାଳନ କରିଥିଲେ ।