ଟ୍ରକ୍ ଧକ୍କାରେ ମର୍ଣ୍ଣିଂଓ୍ୱାକ୍ କରୁଥିବା ଅବସରପ୍ରାପ୍ତ ସେନାକର୍ମଚାରୀ ମୃତ

କେନ୍ଦୁଝର : ମର୍ଣ୍ଣିଂଓ୍ୱାକ୍ ହେଲା କାଳ। ଶୁକ୍ରବାର ସକାଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ମର୍ଣ୍ଣିଂଓ୍ୱାକ୍ କରୁଥିବା ବେଳେ ତାଙ୍କ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶାଳପଡା ମିଶ୍ର କଲୋନୀର ବିନୋଦ ସାହାଣୀ ଶୁକ୍ରବାର ଭୋର ସମୟରେ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ଆନନ୍ଦପୁର ଶାଳପଡା ଓଭରବ୍ରିଜ୍ ଉପରେ ତାଙ୍କ ଉପରେ ଏକ ଲୁହାପଥର ବୋଝେଇ ଟ୍ରକ୍ ମାଡି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି । ଖବରପାଇ ଘସିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।