ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଜଣେ ମୃତ
![](https://thetruths.in/wp-content/uploads/2021/11/Youngman-Drowned-in-Pond-1024x576.jpg)
ଆଠମଲ୍ଲିକ : ଅନୁଗୋଳ ଜିଲା ଆଠମଲ୍ଲିକ ମହିଧରପୁର ଗାଁରେ ଅଘଟଣ । ପୋଖରୀରେ ବୁଡି ଜଣେ ମୃତ । ପୋଖରୀରେ ଗାଧେଇବା ସମୟରେ ବୁଡିଯାଇଥିଲେ ଶରତ ନାୟକ।
ସୂଚନା ଯେ, ମହିଧରପୁର ଗ୍ରାମର ଶରତ ନାୟକ ତାଙ୍କୁ ବିଲକୁ ହଳ ଧରିବାକୁ ଯାଇଥିଲେ । ନିକଟରେ ଥିବା ପୋଖରୀରେ ଗାଧେଇବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ । ଯାହାଫଳରେ ସେ ବୁଡି ଯାଇଥିଲେ । ଦିନ ୪ଟା ସୁଦ୍ଧା ଶରତ ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ ବିଲ ନିକଟକୁ ଯାଇଥିଲେ । ସ୍ୱାମୀକୁ ନପାଇବାରୁ ନିକଟରେ ଥିବା ପୋଖରୀକୁ ଯାଇ ଦେଖିଥିଲେ । ସେଠାରେ ଶରତଙ୍କ ଲୁଗା ପୋଖରୀ ହୁଡ଼ାରେ ପଡିଥିଲା । ପରେ ଆଠମଲ୍ଲିକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଆଠମଲ୍ଲିକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶରତଙ୍କ ମୃତଦେହ ଉଦ୍ଧାର କରିଥିଲା ।