ମଣିପୁର ପ୍ରସଙ୍ଗ ନେଇ ସଂସଦରେ ଅଚଳାବସ୍ଥା ଜାରି, ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ
![](https://thetruths.in/wp-content/uploads/2023/07/both-houses-of-parliament-Adjourned-till-monday-1024x721.jpeg)
New Delhi: Lok Sabha Speaker Om Birla conducts proceedings in the House during the Monsoon session of Parliament, in New Delhi, Monday, July 24, 2023.(IANS/Sansad Tv)
ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବି କରି ବିରୋଧୀ ନାରାବାଜି କରିଥିଲେ। ବିରୋଧୀ ଦଳର ସାଂସଦମାନଙ୍କ ହାତରେ ‘ଇଣ୍ଡିଆ ଫର୍ ମଣିପୁର’ ବ୍ୟାନର ଦେଖିବାକୁ ମିଳିଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଆସୁଛି । ଏଥିପାଇଁ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଛନ୍ତି ।
ଅନ୍ୟପକ୍ଷରେ ଶାସକ ବିଜେପିର ସାଂସଦମାନେ କହିଛନ୍ତି ଯେ ମଣିପୁର ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ନେଇ ମଧ୍ୟ ଆଲୋଚନା କରାଯାଉ।