ପୁଟିନଙ୍କ କାର ନିକଟରେ ବମ୍ ବିସ୍ଫୋରଣ
![](https://thetruths.in/wp-content/uploads/2022/03/Russia-President-Vladimir-Putin.jpg)
ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ମରଣାନ୍ତକ ଆକ୍ରମଣ । ତାଙ୍କ କାର ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା । ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ । କାରଣ ମୃତ୍ୟୁଠାରୁ ବର୍ତ୍ତିଯାଇଥିଲେ ପୁଟିନ୍ । ତେବେ ଏହା ଆନୁଷ୍ଠାନିକ ଭାବେ ଏହା ନିଶ୍ଚିତ କରାଯାଇନି ।
ସୂଚନା ଯେ, ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଭ୍ଲାଦିମିର ପୁଟିନଙ୍କ ଲିମୋଜାଇନ୍ କାର ନିକଟରେ ବିସ୍ଫୋରଣ କରାଯାଇଥିଲା । ଆଉ କୁହାଯାଇଥିଲା କି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ଏକ ‘ପ୍ରବଳ ବିସ୍ଫୋରଣ’ ହୋଇଥିଲା । ପରେ ସେଠାରେ ପ୍ରବଳ ଧୂଆଁ ବାହାରିଥିଲା । ତେବେ ଏହା କେତେବେଳେ ଓ କେଉଁଠାରେ ଘଟିଛି ତାହା ସ୍ପଷ୍ଟ ହୋଇନି । ତେବେ ଏହି ଘଟଣାରେ ପୁଟିନଙ୍କର କୌଣସି କ୍ଷତି ହୋଇ ନାହିଁ । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ କୌଣସି ସ୍ଥାନରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା ।