ଗାଈକୁ ଧକ୍କା ଦେଲା ବାଇକ, ଗାଈ ଓ ଯୁବକଙ୍କର ମୃତ୍ୟୁ
![](https://thetruths.in/wp-content/uploads/2021/04/road-accident-1024x569.jpg)
କଣ୍ଟାବାଞ୍ଝି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ନୂନହାଡ଼ ଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଈକୁ ଧକ୍କା ଦେଲା ବାଇକ । ଦୁର୍ଘଟଣାରେ ଉଭୟ ଗାଈ ଓ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସୌରଭ ଖଣ୍ଡେଲବାଲ ବୋଲି ଜଣାପଡିଛି ।
ସୂଚନା ଯେ, କଣ୍ଟାବାଞ୍ଜି ସହରର ବ୍ୟବସାୟୀ ଶ୍ରୀ ଖଣ୍ଡେଲବାଲ କଣ୍ଟାବାଞ୍ଜିରୁ ବେଳପଡା ପାଖରେ ଥିବା ନୂନହାଡ଼ ଢ଼ାବାକୁ ଖାଇବାକୁ ଯାଇଥିଲେ । ଏହି ସମୟରେ ନୂନହାଡ଼ ଗାଁରେ ରାସ୍ତା ଉପରେ ଥିବା ଏକ ଗାଇ ସହିତ ତାଙ୍କ ବାଇକ ଧକ୍କା ହୋଇଥିଲା । ଏଥିରେ ସୌରଭ ରାସ୍ତା ଉପରକୁ ଛିଟିକି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବାଇକ୍ ଧକ୍କା ଫଳରେ ଗାଈର ମଧ୍ୟ ମୃତ୍ୟୁ ହୋଇଛି । ସୌରଭଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣାଯାଇଥିଲା। ହେଲେ ସେଠାରେ ସୌରଭଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।