ଇଲେକ୍ଟ୍ରିକ୍ ଖୁଂଟିରେ ବାଡ଼େଇ ହେବା ଯୋଗୁଁ ସ୍କର୍ପିଓରେ ଲାଗିଲା ନିଆଁ, ତିନିଜଣ ଜୀଅନ୍ତା ଦଗ୍ଧ
![](https://thetruths.in/wp-content/uploads/2022/11/Scorpio-Fire.jpg)
ପାଟଣା : ସିୱନ ଜିଲାର ନିଜାମପୁର ଗ୍ରାମ ନିକଟରେ ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ ରବିବାର ଦିନ ପ୍ରାୟ ୨.୩୦ ସମୟରେ ମଲମଲିଆ ରାଜପଥରେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଂଟିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣ ପରେ କାରଟି ସଂଲଗ୍ନ ଗର୍ତରେ ଓଲଟି ପଡ଼ିଥିଲା ଏବଂ ସ୍କର୍ପିଓରେ ନିଆଁ ଲାଗି ତିନି ଜଣ ଜୀବନ୍ତ ଜଳି ଯାଇଥିଲେ ।
ପୋଲିସର ସୂଚନାନୁସାରେ, ଯେତେବେଳେ ଅନିୟନ୍ତ୍ରିତ ସ୍କର୍ପିଓ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଂଟକୁ ଧକ୍କା ଦେଇଥିଲା । ଏଥିଯୋଗୁ ଡ୍ରାଇଭର ଗାଡ଼ିରୁ ବାହାରକୁ ଛିଟିକି ପଡ଼ିଥିଲେ । ତା ପରେ କାରରେ ଏକ ବିସ୍ଫୋରଣ ଘଟିଥିଲା ଏବଂ ନିଆଁ ଲାଗିଯାଇଥିଲା । କାରରେ ବସିଥିବା ଦୁଇଜଣ ଲୋକ ଜଳିଯିବା କାରଣରୁ ମୃତ୍ୟୁବରଣ କରିଥିବା ବେଳେ ତୃତୀୟ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଜଳି ଯାଇଥିଲେ । ଏହି ଘଟଣା ପରେ ତାଙ୍କୁ ସଦର ଡାକ୍ତରଖାନାକୁ ଅଣାଯାଇଥିଲା, ପରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।