ସାବଧାନ ! ଚା’ରେ ଅଧିକ ଅଦା ପକାଇ ପିଉଛନ୍ତି କି ? ଜାଣନ୍ତୁ ଏହାର ଅପକାରିତା
ଅନେକ ଲୋକ ଚା’ରେ ଅଦା ପକାଇ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଦା ଯାହା ଆପଣଙ୍କ ଚା’ର ସ୍ୱାଦ ବଢ଼ାଇଥାଏ । ଏଥିରେ ଅନେକ ସମସ୍ୟା ରହିଛି । ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଅଦା ମିଶା ଚା’ର ଉପକାରିତା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଅପକାରିତା ବିଷୟରେ କହିବୁ ।
ହୃଦଘାତ :
ଯଦି ଅଦା ସୀମିତ ପରିମାଣରେ ଖାଇବେ, ତେବେ ଏହାର ଅନେକ ଲାଭ ଅଛି । କିନ୍ତୁ କେବଳ ସ୍ୱାଦ ପାଇଁ ଆବଶ୍ୟକଠାରୁ ଅଧିକ ଅଦା ଖାଇବା ଦ୍ୱାରା ହୃଦଘାତ ଓ ପେଟ ବ୍ୟଥା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ରକ୍ତସ୍ରାବ :
ଶୀତ ଦିନରେ ଅଧିକ ଲୋକେ ଅଦା ଖାଇବାକୁ ପସନ୍ଦ କରନ୍ତି । ଏଥିରେ ଆଣ୍ଟି ପ୍ଲାଲେଟ୍ ଥାଏ । ଅଦାର ଏହି ଗୁଣ ରକ୍ତସ୍ରାବର କାରଣ ହୋଇପାରେ । ଏହା ବ୍ୟତୀତ ଅନେକ ଲୋକ ଗୋଲମରିଚ ଓ ଲବଙ୍ଗ ଭଳି ମସଲା ସହିତ ଅଦା ମିଶାଇ ଚା’ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ସମସ୍ୟାକୁ ବଢ଼ାଇଦେଇଥାଏ ।
ଝାଡ଼ା :
ଅତ୍ୟଧିକ ଅଦା ଖାଇବା ଦ୍ୱାରା ଆପଣଙ୍କ ଅନ୍ତନଳୀ ମଧ୍ୟ ପ୍ରଭାବିତ ହୋଇପାରେ । ଏହାଦ୍ୱାରା ଡାଇରିଆ ହେବାର ସମ୍ଭାବନା ମଧ୍ୟ ବଢ଼ିଥାଏ । ଅଦା ଖାଇବା ଦ୍ୱାରା ପାକସ୍ଥଳୀ ରୋଗ ମଧ୍ୟ ହୋଇପାରେ ।
ପେଟ ଖରାପ :
ଯଦି ଅଦା ମଧ୍ୟମ ଏବଂ ସୀମିତ ପରିମାଣରେ ଖାଇବେ, ତେବେ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ । କିନ୍ତୁ ଯଦି ଅଧିକ ମାତ୍ରାରେ ଖାଇବେ ତେବେ ଏହା ହଜମ ପ୍ରକ୍ରିୟାକୁ ଦୁର୍ବଳ କରିଥାଏ । ଏହାର ବ୍ୟବହାର ହେତୁ ଅନେକ ପ୍ରକାରର ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ ।