ଜିମରେ ବ୍ୟାୟାମ କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ହେବ ନାହିଁ ହାର୍ଟଆଟାକ
ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଉଛି । ଏହା ମଧ୍ୟ ଦେଖାଯାଉଛି ଯେ ଜିମ୍ କରିବା ସମୟରେ ଲୋକମାନେ ଅଧିକ ହାର୍ଟଆଟାକରେ ଶିକାର ହେଉଛନ୍ତି । ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜିମରେ ଥିବା ଟ୍ରେଡ୍ ମିଲରେ ଦୌଡ଼ୁଥିବା ସମୟରେ ଚେତାଶୂନ୍ୟ ହୋଇ ହୃଦଘାତରେ ପୀଡିତ ହୋଇଥିଲେ । ରାଜୁ ବର୍ତ୍ତମାନ ଏମ୍ସ ନୂଆଦିଲ୍ଲୀରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଯଦିଓ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଏହାପୂର୍ବରୁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ଗାୟକ କେ.କେ ଓ ଦକ୍ଷିଣ ଭାରତୀୟ ସିନେ ଷ୍ଟାର ପୁନିତ ମଧ୍ୟ ହାର୍ଟଆଟାକ ଯୋଗୁଁ ପ୍ରାଣ ହରାଇଛନ୍ତି । ସମସ୍ତେ ବହୁତ ଫିଟ୍ ଦେଖାଯାଉଥିଲେ, କିନ୍ତୁ ପରେ ସେମାନେ ହାର୍ଟଆଟାକରେ ଶିକାର ହୋଇଥିଲେ ।
ଏଭଳି ପରିସ୍ଥିତିରେ ହୃଦୟ ରୋଗୀ ଓ ଅନ୍ୟ ଲୋକମାନେ ମଧ୍ୟ ଜିମରେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ଜାଣନ୍ତୁ ଜିମ୍ କରିବାବେଳେ କେଉଁ ଜିନିଷଗୁଡିକ ଧ୍ୟାନରେ ରଖିବା ଉଚିତ୍ …
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମାତ୍ରେ କରୋନାରୀ ହୃଦ୍ ରୋଗ ଓ ବ୍ୟାୟାମ ମଧ୍ୟରେ ଏକ ସମ୍ପର୍କ ଅଛି । ହୃଦ ରୋଗୀମାନେ ଭାବନ୍ତି ଯେ ବ୍ୟାୟାମ କରିବା ଦ୍ୱାରା ସେମାନେ ଶରୀରରେ କୋଲେଷ୍ଟ୍ରଲ ଓ ସୁଗାର ସ୍ତରକୁ ନିୟନ୍ତ୍ରଣ କରିହେବ, କିନ୍ତୁ ଏହା ପ୍ରତ୍ୟେକ କ୍ଷେତ୍ରରେ ଘଟେ ନାହିଁ । ଜିମ୍ ଯିବା କିମ୍ବା କୌଣସି ବ୍ୟାୟାମ କରିବା ପୂର୍ବରୁ ହୃଦ ରୋଗୀମାନେ ସେମାନଙ୍କର ଡ଼ାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଯେତେବେଳେ ଡାକ୍ତର ଆପଣଙ୍କୁ ବ୍ୟାୟାମ କରିବାକୁ କୁହନ୍ତି ସେତେବେଳେ ତାହା କରନ୍ତୁ । କେତେ ସମୟ ବ୍ୟାୟାମ କରିବାକୁ ହେବ ତାହା ମଧ୍ୟ ଡାକ୍ତରଙ୍କୁ ପଚାରି ନିଅନ୍ତୁ ।
ଯଦି ଜଣେ ବ୍ୟକ୍ତି ପୂର୍ବରୁ କରୋନାରି ହୃଦ୍ ରୋଗରେ ପୀଡିତ, ତେବେ ବ୍ୟାୟାମ କରିବା ସମୟରେ ସେ ବହୁତ ସତର୍କ ହେବା ଉଚିତ୍ । ଯଦି ଆପଣ ପୂର୍ବରୁ ହୃଦରୋଗରେ ପୀଡିତ ଅଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ସୂଚନା ଜିମ୍ ପ୍ରଶିକ୍ଷକଙ୍କୁ ଦିଅନ୍ତୁ । ଜିମରେ ଭାରୀ ଜିନିଷ ସହ ବ୍ୟାୟାମ କରନ୍ତୁ ନାହିଁ । ୨୦ ମିନିଟରୁ ଅଧିକ ସମୟ ଟ୍ରେଡ଼ମିଲରେ ଚଲାନ୍ତୁ କିମ୍ବା ଦୌଡ଼ନ୍ତୁ ନାହିଁ । ଏହି ସମୟରେ ଜିମ୍ ପ୍ରଶିକ୍ଷକ ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ହୃଦ ରୋଗୀ ୨୦ ମିନିଟରୁ ଅଧିକ ଓ ୧୦ କିମି ଠାରୁ ଅଧିକ ବେଗରେ ଟ୍ରେଡ଼ମିଲ୍ ବ୍ୟବହାର କରିବା ଉଚିତ୍ ନୁହେଁ ।
ଡକ୍ଟରଙ୍କ ଅନୁସାରେ ଜିମ୍ ଭିତରେ ପ୍ରାଥମିକ ଚିକିତ୍ସାର ଏକ ବ୍ୟବସ୍ଥା ରହିବା ଉଚିତ୍ । ଏହି ବିଷୟରେ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରନ୍ତୁ । ଜିମ୍ ର ପ୍ରଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀମାନେ ସି.ପି.ଆର. ଯଦି କୌଣସି ବ୍ୟକ୍ତି ବ୍ୟାୟାମ ସମୟରେ ଚେତାଶୂନ୍ୟ ହୋଇ ପଡେ ଓ ହାର୍ଟଆଟାକ ହୁଏ, ତେବେ ସି.ପି.ଆର. ଦେଇ ତାଙ୍କ ଜୀବନ ରକ୍ଷା କର ଯାଇପାରିବ ଓ ତାଙ୍କୁ ଏହାପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ୍ ।
ଡାକ୍ତରଙ୍କ ମତରେ ହାର୍ଟଆଟାକ ରୋଗୀମାନଙ୍କର ଚିକିତ୍ସାରେ ବେପରୁଆ ହେବା ଉଚିତ୍ ନୁହେଁ । ଏହିପରି ରୋଗୀମାନେ ନିୟମିତ ଭାବରେ ଯାଞ୍ଚ ପାଇଁ ସେମାନଙ୍କ ଡାକ୍ତରଙ୍କ ନିକଟକୁ ଯିବା ଉଚିତ ଓ ଯଦି କୌଣସି ଅସୁବିଧା ଘଟୁଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କୁ କୁହନ୍ତୁ ।