ଚେଙ୍ଗୁଡରେ ଭୂକମ୍ପ : ଭାଙ୍ଗିଲା ଘର, ୪୬ ମୃତ
ବେଜିଂ : ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ । ସିଆଚୁନ୍ ରାଜଧାନୀ ଚେଙ୍ଗୁଡରେ ଭୂକମ୍ପ ଯୋଗୁଁ କୋଠାଗୁଡିକ ଦୋହଲି ଉଠିଥିଲା । ଫଳରେ କେତେକ ଘର ଭାଙ୍ଗି ଥିବା ବେଳେ ୪୬ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି ।
ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସିଆଚୁନ ପ୍ରଦେଶର କାଙ୍ଗଡିଙ୍ଗ ସହରର ୨୬ ମାଇଲ ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା ।
ଏନେଇ ରାଷ୍ଟ୍ରପତି ସି.ଜିନପିଙ୍ଗ ସ୍ଥାନୀୟ ପ୍ରଶାନଗୁଡିକୁ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ସିଆଚୁନ୍ର ଓ୍ୱେନଚୁଆନ କାଉଣ୍ଟିଂରେ ୨୦୦୮ରେ ୮.୦ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାଣ ହରାଇଥିଲେ ହଜାର ହଜାର ଲୋକ ।