ଏହା ହେଉଛି ଦୁନିଆର ସବୁଠାରୁ ରହସ୍ୟମୟ ଖଣି, ଯାହା ଉପରେ ଯାଉଥିବା ସମସ୍ତ ଜିନିଷ ହୋଇଯାଏ ଅଦୃଶ୍ୟ
![](https://thetruths.in/wp-content/uploads/2022/07/Mysterious-Mine.png)
ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ସ୍ଥାନ ଏବଂ ଜିନିଷ ଅଛି । ଯାହାର ରହସ୍ୟ ହୋଇରହିଛି । କେହି ସେହି ରହସ୍ୟ ଉପରୁ ପରଦା ଉଠାଇ ପାରିନାହାଁନ୍ତି । ଏଥି ମଧ୍ୟରୁ ଗୋଟିଏ ହେଉଛି ପୂର୍ବ ସାଇବେରିଆର ଏକ ହୀରା ଖଣି । ଯାହା ଦୁନିଆର ସବୁଠୁ ବଡ ହୀରା ଖଣି ଅଟେ । ଯାହାର ନାମ ମିର୍ନି ଡାଇମଣ୍ଡ ମାଇନ୍ । ମିର୍ନି ଡାଇମଣ୍ଡ ମାଇନ୍ ହେଉଛି ଦୁନିଆର ପ୍ରଥମ ଏଭଳି ହୀରା ଖଣି ଯାହା ଖୋଲା ଅଛି । ଏହି ଖଣି ୧୭୨୨ ଫୁଟ ଗଭୀର ଏବଂ ୩୯୦୦ ଫୁଟ ପ୍ରସ୍ଥ । ଏହା ପୃଥିବୀର ଦ୍ୱିତୀୟ ବୃହତ୍ତମ ମାନବ ନିର୍ମିତ ଗର୍ତ୍ତ । ଆପଣଙ୍କର ଜାଣିବା ପାଇର୍ କହିଦେଉଛୁଯେ, ବିଙ୍ଗହମ୍ ତମ୍ବା ଖଣି ଏକ ନମ୍ବରରେ ଅଛି । ଏହି ଖଣି ସୋଭିଏତ୍ ଭୂବିଜ୍ଞାନୀମାନଙ୍କ ଏକ ଦଳ ଦ୍ୱାରା ୧୩ ଜୁନ୍ ଆବିଷ୍କୃତ ହୋଇଥିଲା । ଏହାକୁ ପାଇଥିବା ଟିମ୍ ରେ ୟୁରୀ ଖବରଦିନ, ଏକାଟତରିନା ଏଲାବିନା ଏବଂ ବିକ୍ଟର ଇବଦିନକ ସାମିଲ ଥିଲେ । ୧୯୫୭ ମସିହାରେ ଏହାକୁ ଆବିଷ୍କାର କରିବା ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହାପରେ ୧୯୫୭ ରେ ଏହି ଖଣିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ଷର ଅଧିକାଂଶ ସମୟରେ ଏଠାରେ ପାଗ ଅତ୍ୟନ୍ତ ଖରାପ ରୁହେ । ଶୀତଦିନେ, ଏଠାରେ ତାପମାତ୍ରା ଏତେ କମିଯାଏ ଯେ ଗାଡିରେ ଥିବା ତେଲ ମଧ୍ୟ ଫ୍ରିଜ୍ ହୋଇ ଟାୟାର ଫାଟିଯାଏ । ଏହାକୁ ଖୋଳିବା ପାଇଁ ଶ୍ରମିକମାନେ ଜେଟ୍ ଇଞ୍ଜିନ୍ ଏବଂ ଡାଇନାମାଇଟ୍ ବ୍ୟବହାର କରିଥିଲେ । ଯନ୍ତ୍ରଗୁଡ଼ିକ ନଷ୍ଟ ନହେବା ପାଇଁ ଏହା ରାତିରେ ଘୋଡାଯାଇଥାଏ । ଏହି ଖଣିର ଆବିଷ୍କାର ପରେ ଋଷ ବିଶ୍ୱର ତୃତୀୟ ବୃହତ୍ତମ ହୀରା ଉତ୍ପାଦନକାରୀ ଦେଶ । ପ୍ରତିବର୍ଷ ଏହି ଖଣିରୁ ୧୦ ନିୟୁତ କ୍ୟାରେଟ୍ ହୀରା ବାହାର କରାଯାଉଥିଲା । ଏହି ଖଣି ଏତେ ବିଶାଳ ଯେ ଏହା ଉପରେ ଯାଉଥିବା ହେଲିକପ୍ଟରଗୁଡ଼ିକ ଅନେକ ଥର ତଳକୁ ପବନର ଚାପ ଦ୍ୱାରା ଖସି ଆସେ । ସେବେଠାରୁ ଏହା ଉପରେ ହେଲିକପ୍ଟର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ୨୦୧୧ ମସିହାରେ, ଏହି ଖଣି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।