ଆଜି ଠାରୁ ଲାଗୁ ହେବ ଇନସ୍ୟୁରାନ୍ସ ନୂଆ ପ୍ରିମିୟମ ଦର ! ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଖର୍ଚ୍ଚ
![](https://thetruths.in/wp-content/uploads/2022/06/new-premium-rates-for-insurance.jpg)
ନୂଆଦିଲ୍ଲୀ : ଜୁନ୍ ପହିଲାରୁ ଇନସ୍ୟୁରାନ୍ସ ନୂଆ ପ୍ରିମିୟମ ଦର ଲାଗୁ ହେବ । ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇ ଦିଆଯାଇଛି । ଏବେ ଗାଡିର ଇଞ୍ଜିନ ଅନୁସାରେ ଚାଳକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ସର୍କୁଲାର ଜାରି କରିଛନ୍ତି ।ସଡକ ପରିବହନ ମନ୍ତ୍ରଣାଳୟ ନୋଟିଫିକେସନ୍ ଜାରି କରିଛନ୍ତି ଯେ, ଯାନବାହାନ ଇନ୍ୟୁରାନ୍ସର ପ୍ରିମିୟମରେ ଗତ ୨୦୧୯-୨୦ ପାଇଁ ପରିବର୍ତ୍ତନ କରାଯାଇଥିଲା । କୋଭିଡ -୧୯ ମହାମାରୀ ମଧ୍ୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେ ଅଲଗା ଅଲଗା ଇଞ୍ଚିନ୍ କାପାସିଟି ପାଇଁ ଥାର୍ଡ ପାର୍ଟି ବିମା ଦରକୁ ବଢାଯିବ ।
ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଖର୍ଚ୍ଚ?
ମନ୍ତ୍ରଣାଳୟ ନିୟମ ଅନୁସାରେ ୧୦୦୦ ସିସି ଇଞ୍ଚିନ୍ ଥିବା ଗାଡି ପାଇଁ ଥାର୍ଡ ପାର୍ଟି ବିମା ପ୍ରିମିୟମ୍ ୨,୦୯୪ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ୧୫୦୦ ସିସି ଇଞ୍ଚିନ୍ ଗାଡି ପାଇଁ ଇନସ୍ୟୁରାନ୍ସ ଦର ୩,୨୨୧ରୁ ବଢି ୩,୪୧୬ ଟଙ୍କା ବଢିବ । ୧୫୦୦ ସିସି ରୁ ଉପରକୁ ଥିବା ଇଞ୍ଚିନ କ୍ଷମତା ସମ୍ପନ୍ନ ଗାଡିର ପ୍ରିମିୟମ ସାମାନ୍ୟ ବଢିଥିବା କୁହାଯାଇଛି । ସେହିପରି ଦୁଇଚକିଆ ଗାଡି ଗୁଡିକର ଇନସ୍ୟୁରାନ୍ସ ଦରରେ ମଧ୍ୟ ବୃଦ୍ଧି କରାଯାଇଛି । ଜୁନ୍ ପହିଲାରୁ ୧୫୦ ସିସି ରୁ ୩୫୦ ସିସି ବାଇକ୍ ଗୁଡିକର ପ୍ରିମିୟମ୍ ୧୩୬୬ ଟଙ୍କା ହେବ । ସେହିପରି ୩୫୦ ସିସିରୁ ଅଧିକ କ୍ଷମତା ସମ୍ପନ୍ନ ବାଇକ୍ ଉପରେ ୨୮୦୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।