ଆଜି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି। ଗତ କିଛି ଦିନରେ ଅଧିକରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି। ପ୍ରତିଦିନ ହଜାରେରୁ ଉର୍ଦ୍ଧ୍ୱ ଲୋକ କରୋନାରେ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତି ୮ଟାରେ ବୈଠକ କରିବାକୁ ଯାଉଛନ୍ତି। ଏଥିରେ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ମୋଦୀ। ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ୧୧ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।
ଆଜି ରାତି ୮ଟାରେ କରୋନା ସଂକ୍ରମଣ ଏବଂ କରୋନା ଟିକାକରଣକୁ ନେଇ ମୋଦୀ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ବୋଲି କୁହାଯାଉଛି। ଏହି ସମୟରେ ମନ୍ତ୍ରାଳୟଗୁଡ଼ିକର ଅଧିକାରୀମାନଙ୍କ ସହ ସେ ଆଲୋଚନା କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ଷ୍ଟିଲ୍, ସଡ଼କ ପରିବହନ ମନ୍ତ୍ରାଳୟ ସମେତ ଅନ୍ୟ ମନ୍ତ୍ରାଳୟ ଏବଂ ବିଭାଗ ସହ ବୈଠକ କରିଥିଲେ। ସେତେବେଳେ ମୋଦୀ ସମସ୍ତ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହ ମେଳ ରଖି କାର୍ଯ୍ୟ କରିବା ଉପରେ ଜୋର ଦେଇଥିଲେ।