ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ
![](https://thetruths.in/wp-content/uploads/2021/11/CM-Arvind-Kejriwal-1024x768.jpg)
ନୂଆଦିଲ୍ଲୀ : ଦିଲ୍ଲୀର ସମସ୍ତ ସ୍କୁଲ ଏକ ସପ୍ତାହ ପାଇଁ ବନ୍ଦ ରହିବ ।ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଏହା ବ୍ୟତୀତ ଦିଲ୍ଲୀର ସରକାରୀ କର୍ମଚାରୀମାନେ ଘରୁ କାମ କରିବେ ବୋଲି ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି ।
ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀର ସମସ୍ତ ସ୍କୁଲ ସୋମବାର ଠାରୁ ଏକ ସପ୍ତାହ ପାଇଁ ବନ୍ଦ ରହିବ । ତେବେ ଭର୍ଚୁଆଲ୍ କ୍ଲାସ୍ ଜାରି ରହିବ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଏହି ସମୟରେ ଆମର ଲକ୍ଷ୍ୟ ହେଉଛି ଦିଲ୍ଲୀର ଲୋକଙ୍କୁ ଆରାମ ଯୋଗାଇବା । ବୈଠକରେ ଚାରିଟି ନିଷ୍ପତି ନିଆଯାଇଛି । ସେ କହିଛନ୍ତି ଯେ ବର୍ତମାନ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଏହା ସମୟ ନୁହେଁ । ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଲକ୍ ଡାଉନ୍ ଉପରେ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଉପରେ କେଜ୍ରିୱାଲ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଉପରେ ବିଚାର କରିବାକୁ କହିଛନ୍ତି । ଏସମ୍ପର୍କରେ ଆମେ ଆମର ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ରଖିବୁ । କେନ୍ଦ୍ର ସରକାର ଏବଂ ସମସ୍ତ ଏଜେନ୍ସି ସହ କଥା ହେବା ପରେ ନିଷ୍ପତି ନିଆଯିବ।