ମମିତାଙ୍କ ନ୍ୟାୟ ଦାବିରେ ବାଲେଶ୍ୱର ସଦର ବ୍ଲକ ସମ୍ମୁଖରେ ଜନ ସମୁଦ୍ର
![](https://thetruths.in/wp-content/uploads/2021/11/BJP-Protest-1024x576.jpg)
- ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ଗୃହମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ସଦର ବିଜେପି
- ମମିତା ମେହେରଙ୍କ ନ୍ୟାୟ ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ସଦର ବିଜେପି
- ଆଇନକୁ ବାଟବଣା ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ
- ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ମାନସ ଦତ୍ତ
ବାଲେଶ୍ୱର : କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ଥମୁନି ତାତି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମାମଲାକୁ ସିବିଆଇ ଦ୍ୱାରା ଯାଞ୍ଚ କରିବା ଦାବିରେ ବିଜେପି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା ଓ କୁଶ ପୁତ୍ତଳିକା ଦାହ କରାଯାଇଥିଲା । କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ଗଲାଣି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଇନ୍କୁ ତା’ ବାଟରେ ଯିବାକୁ ନଦେଇ ଧ୍ରୁତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କୁ ସୁରକ୍ଷା ଦେଉଛନ୍ତି । ଅସମ୍ବେଦନତାର ସମସ୍ତ ସୀମା ଟପିଛି ରାଜ୍ୟ ସରକାର । ମମିତାକୁ ମାରି, ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡ଼ି ଓ ପୋତି ଦିଆଯାଇଥିବାବେଳେ ମମିତା ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ସେହି ସ୍ଥାନକୁ ନିଜ କ୍ଷମତାର ଦମ୍ଭ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଛଳନା ଓ ଅହଂକାରକୁ ରାଜ୍ୟବାସୀ କେବେହେଲେ କ୍ଷମା ଦେବେ ନାହିଁ । ଓଡ଼ିଶାର ଝିଅ ମମିତା ଯାହାର ନିର୍ମମ ହତ୍ୟା ହୋଇଛି, ତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ସହ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବ । ଆଇନ୍କୁ ବାଟବଣା ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ । ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପୋଲିସର ସହାୟତା ନେଇ ସମସ୍ତ ସାକ୍ଷୀପ୍ରମାଣକୁ ନଷ୍ଟ କରିବାର ପ୍ରୟାସ ଜାରି ରଖିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ଘଟଣାର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । ତେଣୁ ସଦର ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ଏହି ପ୍ରତିବାଦ ସଭାରେ ବରିଷ୍ଠ ନେତା ଗୌରାଙ୍ଗ ଦାସ ସଭାପତିତ୍ୱରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ୱାଳ, ଜିଲା ପରିଷଦ ସଦସ୍ୟ ସୁଧାଂଶୁ ଶେଖର ପଣ୍ଡା, ସରପଞ୍ଚ ରଶ୍ମିତା ମଣ୍ଡଳ, ସତ୍ୟଭାମା ରାଉତ, ଅନିତା ବେହେରା, ସୁବେଶ ନାୟକ, ସାନିଆ ମୁର୍ମୁ, ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ସମିତି ସଭ୍ୟା ଜୟନ୍ତୀ ମୁର୍ମୁ, ମଣ୍ଡଳ ସଭାପତି ବିଜୟ ଦାସ, ତପନ ଗିରି, ଅନୀଲ ପାତ୍ର, ଭୋଳାନାଥ ପାତ୍ର, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବୈଲୋଚନ ଦାଶ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡ଼େଇ, ବିବେକ ମହାନ୍ତି, ଜିଲା ହରିଜନ ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ସେଠୀ, ଜିଲା ସମ୍ପାଦକ ଆଶିଷ ଘୋଷ, ବିଭୁପଦ ଦାସ, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ମୁଲତା ଗାୟନ, ସସ୍ମିତା ଶୁକ୍ଳା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ଶ୍ରୀୟା ଦାସ, ସ୍ୱର୍ଣ୍ଣପ୍ରିୟା ନାଥ, ବିକାଶ ପାଢ଼ୀ, ପ୍ରବୀର ଶଙ୍କର ଦାଶ, ମାମୁନି ହାଥୀ, ଅରୁପ ଜେନା, କାର୍ତ୍ତିକ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା, ବୃନ୍ଦାବନ ରାଉତ, ପିତାମ୍ବର ଭୂୟାଁ, ମଣ୍ଟୁ ବସନ୍ତିଆ, ରାଜେନ୍ଦ୍ର ଚାଟାର୍ଜୀ, ବିଜୟ ସାହୁ, ଭୂଦେବ ସାହୁ, ବିରେନ୍ଦ୍ର ସେନାପତି, ଅରବିନ୍ଦ ଜେନା, ଶଙ୍କର୍ଷଣ ଖଟୁଆ, ତରୁଲତା ମହାନ୍ତି, ପବନ କମିଳା, କୌସିକ ଚାନ୍ଦ, ରଶ୍ମିରଞ୍ଜନ ଜେନା, ବବଲୁ ମିଶ୍ର, ପ୍ରତାପ ପ୍ରଧାନ, ଜିତେନ୍ଦ୍ର ଷଡଙ୍ଗୀ, ସେଖ ହଲିମ, ସେଖ ମିରାଜ, ଶୁକ୍ରା ମହାଳିକ ସହିତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ କଷିପଦା ସମିତିସଭ୍ୟା ତଥା ଜିଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଅଭିସ୍ପା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।