କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୭ ଦିନରେ ୨ କୋଟିରୁ ଅଧିକ ଟଙ୍କାର ଜରିମନା ଆଦାୟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । କୋଭିଡ୍ ସଂକ୍ରମଣର ତୀବ୍ରତାକୁ ରୋକିବା ଲାଗି କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ଅମାନିଆମାନଙ୍କ ଉପରେ ଚଢ଼ାଉ କରି ମୋଟା ଅଙ୍କର ଜୋରିମନା ଆଦାୟ କରୁଛି । ଏହା ପରେ ମଧ୍ୟ କିଛି ଅମାନିଆ କୋଭିଡ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୭ ଦିନରେ ୨ କୋଟିରୁ ଅଧିକ ଟଙ୍କାର ଜରିମନା ଆଦାୟ କରିଛି ପୋଲିସ । ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଜରିମନା ଆଦାୟ କରାଯାଇଛି । ୭୫ ହଜାର ୭୭ ଜଣଙ୍କଠୁ ଫାଇନ୍ କଟାଯାଇଛି । ଆଗକୁ କୋଭିଡ୍ ନିୟମ ଆହୁରି କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
On seventh day of the special Covid enforcement drive, Odisha Police acted against 9031 violators of mask usage and social distancing rules and collected fine of Rs. 29, 04, 050/- in last 24 hours. pic.twitter.com/NJTOhW34hs
— Odisha Police (@odisha_police) April 14, 2021
ସେପଟେ ମାସ୍କ ଓ ସାମାଜିକ ଦୂରତା ନିୟମ ଉଲଂଘନ କରି ୯ହଜାର ୩୧ ଜଣଙ୍କଠୁ ଫାଇନ୍ ଆଦାୟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଏନଫୋର୍ସମେଣ୍ଟ ଡ୍ରାଇଭ୍ ୨୯ ଲକ୍ଷ ୪ ହଜାର ୫୦ ଟଙ୍କା ଜରିମନା ଆଦାୟ କରିଛି । ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା କେତେ ଜରୁରୀ, ସେ ବାବଦରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।