ଆସନ୍ତାକାଲି କୁମ୍ଭର ପ୍ରଥମ ସାହି ସ୍ନାନ
ହରିଦ୍ୱାର : ଧର୍ମନଗରୀରେ ଚାଲିଥିବା ମହାକୁମ୍ଭରେ ୧୨ ଏପ୍ରିଲକୁ ପ୍ରଥମ ସାହି ସ୍ନାନ ହେବାକୁ ଯାଉଛି । ସ୍ୱତନ୍ତ୍ର ନକ୍ଷତ୍ରରେ ପଡ଼ୁଥିବା ଏହି ପର୍ବର ବିଶେଷ ମହତ୍ୱ ଅଛି । କାରଣ ଏହି ସମୟରେ କୁମ୍ଭ ମେଳା ଚାଲିଛି ଏବଂ ଏହା ବିଶ୍ୱାସ କରାଯାଏ ଯେ, ସମୁଦ୍ର ମନ୍ଥନ ପରେ ଯେଉଁ ଚାଚୋଟି ସ୍ଥାନରେ ଅମୃତର ବୁନ୍ଦା ପଡ଼ିଥିଲା ସେଥିମଧ୍ୟରୁ ଗୋଟିଏ ହେଉଛି ହରିଦ୍ୱାର । ଯେଉଁଠାରେ ପ୍ରତି ୧୨ ବର୍ଷରେ କୁମ୍ଭ ମେଳାର ଆୟୋଜନ କରାଯାଏ, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥମାନେ ଆସି ଯୋଗ ଦେଇଥାନ୍ତି । କାଲି ସୋମବତୀ ଅମାବାସ୍ୟା ମଧ୍ୟ ପଡ଼ୁଛି । ସାହି ସ୍ନାନକୁ ନେଇ ସନ୍ୟାସୀଙକ ସହିତ ୧୩ ଅଖାଡୋଙ୍କ୍ ସହିତ ମେଳା ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଅଖାଡୋଙ୍କ ସ୍ନାନ ବିଷୟରେ ସ୍ଥିର ହୋଇଛି । କୁମ୍ଭ ପର୍ବରେ ସାଧୁମାନେ ରାଜ ସ୍ନାନ କରିବାକୁ ଯାଆନ୍ତି । ସମସ୍ତ ଆଖୋଡ଼ଙ୍କ କ୍ରମରେ ରହିଛି ଯେଉଁଥିରେ ସେମାନେ ଜଣେ ପରେ ଜଣେ ସ୍ନାନ କରିବାକୁ ଯାଆନ୍ତି । ସାଧୁସନ୍ଥମାନେ କୁହନ୍ତି ଯେ, ରାଜା ମହରାଜାମାନଙ୍କ ସମୟରେ ରାଜ୍ୟର ଶାସକ, ସନ୍ଥ ମହାତ୍ମାମାନଙ୍କୁ ସ୍ୱାଗତ କରୁଥିଲେ ।
ବକୁମ୍ଭ ସମୟରେ ରାଜା ମହାରାଜମାନେ ସାଧୁସନ୍ଥ ମାନଙ୍କୁ ବଡ଼ ଥାଟର ସହିତ ସ୍ନାନ କରିବାକୁ ନେଇଯାଉଥିଲେ । ସେବେଠାରୁ ଏହି ପ୍ରଥା ଚଳିଆସୁଛି କି ଏହି ୪ ପ୍ରମୁଖ ସ୍ତାନରେ କୁମ୍ଭ ସମୟରେ ହେଉଥିବା ସ୍ନାକୁ ସାହି ସ୍ନାନ କୁହାଯାଉଛି, ଯେଉଁଥିରେ ସାଧୁସ୍ଥମାନେ ସ୍ନାନ କରନ୍ତି । ସାଧୁସନ୍ଥ ମାନଙ୍କ କହିବା ଅନୁସାରେ କୁମ୍ଭ ପର୍ବର ରାଜ ସ୍ନାନ ସାଧୁ ମାନଙକର ଏକ ମିଳନ ଅଟେ । ଯେଉଁଠାରେ ଧ୍ୟାନ, ଯୋଗ ଏବଂ ଆଧ୍ୟାତ୍ମିକତା ସହିତ ଜଡ଼ିତ ସମସ୍ତ କଥା ଗୋଟିଏ ସ୍ଥାନରେ ଦେଖିବାକୁ ମିଳେ । ସାଧୁମାନେ ବିଶ୍ୱାସ କରନ୍ତି ଯେ, ସାହି ସ୍ନାନ ଦିନ ଲୋକ କଲ୍ୟାଣ ପାଇଁ ସମସ୍ତ ସାଧୁ ସନ୍ଥ ସ୍ନାନ କରନ୍ତି ।