ପଂଚତତ୍ୱରେ ବିଲୀନ ହେଲେ ସହିଦ ପୋଲିସ ଅଶ୍ୱିନୀ ଏବଂ ତାଙ୍କ ମା’
- ଆଇ.ଜି, କମିଶନର, ପୂର୍ଣ୍ଣିୟା, କିଶାନଗଂଜ ଏସପିଙ୍କ ସହ ହଜାର ହଜାର ଗ୍ରାମର ଲୋକେ ସାମିଲ
ପୂର୍ଣ୍ଣିୟା : ଥାନା ଅଧିକାରୀ ସହିଦ ଅଶ୍ୱିନୀ କୁମାର ଏବଂ ତାଙ୍କ ମା ଉର୍ମିଳା ଦେବୀଙ୍କ ପୈତୃକ ଗ୍ରାମ ପାଂଚୁ ମଣ୍ଡଳ ଟୋଲାରେ ଅନ୍ତିମ ସଂସ୍କାର କରାଯାଇଛି । ସହିଦ ଅଶ୍ୱିନୀଙ୍କ ପୈତୃକ ଗ୍ରାମ ଜାନକୀ ନଗରସ୍ଥିତ ପାଂଚୁ ମଣ୍ଡଳ ଟୋଲାରେ ଅନ୍ତିମ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ପୂର୍ଣ୍ଣିଆର ଆଜି ସୁରେଶ ଚୌଧୁରୀ, କମିଶନର ରାହୁଲ ମହିୱାଲ, ଡିଏମ ରାହୁଲ କୁମାର, ଏସପି ଦୟାଶଙ୍କର, ବିକାଶଗଂଜର ଏସ.ପି କୁମାର ଆଶିଷଙ୍କ ସହିତ ବିଜେପିର ଏମଏଲଏ ଦିଲ୍ଲୀପ ଜୟ ସବାଲ, ପୂର୍ବତନ ମନ୍ତ୍ରୀ କୃଷ୍ଣ କୁମାର ଋଷି ଉପସ୍ଥିତ ଥିଲେ । ଏହି ସମୟରେ ସହିଦ ଅଶ୍ୱିନୀଙ୍କ ଝିଅ ନୈସୀ କାନ୍ଦି କାନ୍ଦି କହିଥିଲେ ଯେ, ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି । କିନ୍ତୁ କୌଣସି ସଦସ୍ୟ କିପରି ଜାଣିପାରିଲେ ନାହିଁ ତାଙ୍କ ପିତା କିପରି ମୃତ୍ୟୁବରଣକଲେ । ନୈସୀ ନିରନ୍ତର ନ୍ୟାୟ ପାଇଁ ନିବେଦନ କରୁଛନ୍ତି । ନୈସୀ କହିଛନ୍ତି ଯେ, ତାଙ୍କ ଜେଜେମା ଏହାକୁ ବରଦାସ୍ତ କରିପାରିବେ ନାହିଁ । ସେ ମଧ୍ୟ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି । ନୈସୀ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ବିହାରର ପୂର୍ବତନ ମନ୍ତ୍ରୀ କୃଷ୍ଣ କୁମାର ଋଷି, ବିଜେପିର ବରିଷ୍ଠ ନେତା ଏମଏଲସୀ ଦିଲ୍ଲୀପ ଜୟସୱାଲ ନିଜ ସରକାରକୁ କାଠଗଢ଼ାରେ ଛିଡ଼ା କରାଇ କହିଛନ୍ତି ଯେ, ସହିଦ ଅଶ୍ୱୀନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବା ଦରକାର । ଏମଏଲସି ଦିଲ୍ଲୀପ ଜୟସୱାଲ କହିଛନ୍ତି ଯେ, ପଶ୍ଚିମବଙ୍ଗର ପୋଲିସ ଏବଂ ସହିଦ ଅଶ୍ୱିନୀଙ୍କ ସହ ଯାଇଥିବା ପୋଲିସମାନେ ପଛପଟୁ ଦେଖାଇ ଅଶ୍ୱିନୀଙ୍କୁ ହତ୍ୟା କରାଇଛନ୍ତି । ସେ କହିଛନ୍ତି ଏହାର ନିରପେକ୍ଷ ତଦନ୍ତ କରାଯାଉ ଏବଂ ଏସପିଡ଼ି ଟ୍ରାଏ ଦ୍ୱାରା ଦୋଷୀକୁ କଠୋରରୁ କଠୋରତମ ଦଣ୍ଡ ଦିଆଯାଉ । ସେ କହିଛନ୍ତି ଯେ, ଜଣେ ଶ୍ରମିକଙ୍କ ମୃତ୍ୟୁ ପାଇଁ ସରକାର ତିରିଶ ଲକ୍ଷ କ୍ଷତିପୂରଣ ପ୍ରଦାନ କରୁଛନ୍ତି, କିନ୍ତୁ ଜଣେ ଅଧିକାରୀ ନିଜ କର୍ତବ୍ୟ ପାଳନ ସମୟରେ ମୃତ୍ୟୁ ହୁଏ ତେବେ ସେ ଦଶଲକ୍ଷ କ୍ଷତିପୂରଣ ପ୍ରଦାନ କରିବେ । ଏହା କି ପ୍ରକାର ବ୍ୟବସ୍ଥା, ସରକାର ଭାବିବା ଉଚିତ ।