ଯାଆଁଳା ଫାଣ୍ଡିରୁ ଜବତ କଙ୍କାଳ ଘଟଣା : ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ ପୋଲିସ
ଭୁବନେଶ୍ୱର : ଭୁବନେଶ୍ୱର ନିକଟବର୍ତ୍ତୀ ଯାଆଁଳା ଫାଣ୍ଡିରୁ ଜବତ କଙ୍କାଳ ଘଟଣା । ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ ପୋଲିସ। ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣାରେ ୪ ରାଜ୍ୟକୁ ପୋଷ୍ଟର ପଠାଇଲା କମିଶନରେଟ ପୋଲିସ। ପୋଷ୍ଟର ପଠାଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିିଛି ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼। କମିସନରେଟ୍ ପୁଲିସ୍ ଏ ନେଇ ୪ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଥିବା ସୂଚନା ରହିଛି। ଏଥିସହିତ ଏସ୍ସିଆର୍ବି ୱେବ୍ସାଇଟ୍ରେ ମଧ୍ୟ କଙ୍କାଳର ସ୍କେଚ ଜାରି କରାଯାଇଛି। ପୋଷ୍ଟ୍ର ମାରିବା ପରେ ପୋଲିସ୍କୁ ୫୦୦ରୁ ଅଧିକ କଲ୍ ଆସିସାରିଛି । କଙ୍କାଳଟି ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳାଙ୍କର ବୋଲି ଚର୍ଚ୍ଚା ଜୋର ଧରିଛି ।
ସୂଚନା ଯେ, ଗତ ୨୦୧୯ ମସିହାରେ ଗଞ୍ଜାମ ପୋଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥର ଯାଁଳା ଫାଣ୍ଡି ଅଂଚଳରେ ଏକ ଚାରିଚକିଆ ଯାନ(ଏକ୍ସୟୁଭି-୫୦୦) ଜବତ କରିଥିଲା । ଜବତ ଗାଡ଼ିକୁ ଯାଁଳା ଫାଣ୍ଡି ପରିସରରେ ପୋଲିସ ହେପାଜତରେ ଛାଡ଼ି ଯାଇଥିଲା । ଦୀର୍ଘ ୨ ବର୍ଷ କାଳ ପଡ଼ିବା ପରେ ଭଡ଼ା ସୂତ୍ରରେ ଲାଗିଥିବା ସମ୍ପୃକ୍ତ ଗାଡ଼ିକୁ ମାଲିକ କୋର୍ଟରୁ ମୁକୁଳାଇବାକୁ ସକ୍ଷମ ହୋଇଥିଲେ । ଗତ ୮ ତାରିଖ ଦିନ ଏହି ଗାଡ଼ି ନେବା ପାଇଁ କୋର୍ଟ ଆଦେଶ ଧରି ସେ ଫାଣ୍ଡିକୁ ଆସିଥିଲେ । ଗାଡ଼ିଟି ଖୋଲା ରହିବା ସହ ପଛରେ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା । ଏ ନେଇ ସେ ପୋଲିସକୁ ଖବର ଦେବା ପରେ ତନାଘନା ହୋଇଥିଲା । କଙ୍କାଳ କାହାର, ଏବଂ ଏଠାକୁ କିପରି ଆସିଲା । ସେନେଇ ଖୋଲତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ ।