ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
![](https://thetruths.in/wp-content/uploads/2023/07/President-Draupadi-Murmu.jpg)
- ସୁରକ୍ଷା ପାଇଁ ୧୬ ପ୍ଲାଟୁନ ଫୋର୍ସ ମୁତୟନ
ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜଭବନ ଯିବେ। ସେଠାରେ ରାତ୍ରୀଯାପନ କରିବେ। ୨୭ ତାରିଖ ସକାଳେ ରାଜଭବନରୁ ବାହାରି ଏୟାରପୋର୍ଟରେ ପହଞ୍ଚିବେ। ସେଟାରୁ ହେଲକପ୍ଟରରେ ପାରାଦୀପ ଯିବେ।
ସେଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । କାରକେଡ ଯିବା ସମୟରେ ଟ୍ରାଫିକ କଟକଣା ରହିବ। ଏଥିପାଇଁ ସୁରକ୍ଷା ଦାୟିତ୍ୱରେ ଡିସିପି ପ୍ରତୀକ ସିଂ ଦାୟିତ୍ୱରେ ରହିବେ। ପୋଲିସ କମିଶନର ଏହାକୁ ତଦାରଖ କରିବେ। ୧୬ପ୍ଲାଟୁନ ପୋଲିସ ଓ ୧୦୦ରୁ ଅଧିକ ପୋଲିସ ମୁତୟନ ରହିବେ। ସେହିପରି ରାଷ୍ଟ୍ରପତି ରାଜଭବନରେ ରହିବା ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରବିବାର ସନ୍ଧ୍ୟା ସାଢ଼େ ୬ଟାବେଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରୁ ତାଙ୍କୁ ରାଜଭବନ ନିଆଯିବ । ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ । ସୋମବାର ସକାଳ ସାଢ଼େ ୮ ଟା ବେଳେ ରାଜଭବନରୁ ବାହାରି ବିଜୁପଟ୍ଟନାୟକ ବିମାନବନ୍ଦର ଯିବେ । ସେଠାରୁ ବାୟୁସେନାର ହେଲିକପ୍ଟରରେ ପାରାଦୀପ ଯିବେ । ଏଥିପାଇଁ ୩ଟି ହେଲିକପ୍ଟର ବ୍ୟବସ୍ଥା ହୋଇଛି । ଗୋଟିଏ ହେଲିକପ୍ଟରରେ ରାଷ୍ଟ୍ରପତି ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ଦ୍ୱିତୀୟ ହେଲିକପ୍ଟରରେ ଅନ୍ୟ ସୁରକ୍ଷା କର୍ମୀ ଓ ତୃତୀୟ ହେଲିକପ୍ଟରରେ ଡାକ୍ତର, ଅଫିସ୍ କର୍ମଚାରୀ, ତାଙ୍କ ଫଟୋଗ୍ରାଫର, ପିଅନ ଯିବେ ।
ସୋମବାର ପ୍ରାୟ ୯ଟା ବେଳେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ରାଷ୍ଟ୍ରପତି ଅବତରଣ କରିବେ । ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ । ସେମବାର ଅପରାହ୍ଣ ୪ଟାବେଳେ ପାରାଦୀପରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ସାଢ଼େ ୪ଟା ବେଳେ ପହଞ୍ଚିବେ । ସେଠାରୁ ଦିଲ୍ଳୀ ଫେରିଯିବେ।