ବିଧାନସଭାରେ ଉପସ୍ଥାପିତ ହେଲା ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ, ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ବ୍ୟୟବରାଦ
![](https://thetruths.in/wp-content/uploads/2023/09/28-200-crore-additional-budget-at-odisha-assembly-1024x683.jpg)
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ଉପସ୍ଥାପନ କରିଛନ୍ତି । ପୂର୍ଵରୁ ରାଜ୍ୟ ସରକାର ଘୋଷଣା କରିଥିବା ଯୋଜନାରେ ଅର୍ଥ ବରାଦ କରିଛନ୍ତି। ଅତିରିକ୍ତ ବଜେଟ ଉପସ୍ଥାପନ ପରେ ଗୃହକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି।
ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪ ହଜାର ୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି ବ୍ୟୟବରାଦ କରାଯାଇଛି। ବଜେଟରେ ଗଣଶିକ୍ଷା ବିଭାଗ ପାଇଁ ୨ ହଜାର ୮୮୨ କୋଟି, ଜଳସଂପଦ ବିଭାଗ ପାଇଁ ୨ ହଜାର ୪୦୭ କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି, ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପାଇଁ ୧ ହଜାର ୩୦୨ କୋଟି, ପରିବହନ ଯୋଜନା ‘ଲକ୍ଷ୍ମୀ’ ପାଇଁ ୫୫୬ କୋଟି, ବ୍ଲକସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି, ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି, ଗଣଶିକ୍ଷା ପାଇଁ ୨ ହଜାର ୮୮୨ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି ଏବଂ ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ମେଟ୍ରୋ ପାଇଁ ୨୧୦ କୋଟି,ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି,ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପଞ୍ଚାୟତରେ ଇଣ୍ଟରନେଟ ବ୍ୟବସ୍ଥା ପାଇଁ ୨୫୨ କୋଟି ଟଙ୍କାର ଅର୍ଥବରାଦ ହୋଇଛି। ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୩ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଋଣଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି।ମୋଟ ଘରୋଇ ଉତ୍ପାଦର ୧୦ .୦୩ ପ୍ରତିଶତ। ମୁଣ୍ଡପିଛା ଋଣଭାର ୧୯ ହଜାର ୧୭୧ ଟଙ୍କା ରହିଛି।
ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଏହି ଅତିରିକ୍ତ ବଜେଟରେ ପୂର୍ବରୁ ସରକାର ଘୋଷଣା କରିଥିବା ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲକ୍ଷ୍ମୀ ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି ୫୫୬ କୋଟି ଟଙ୍କା।
ପଞ୍ଚାୟତିରାଜ ସଂସ୍ଥା ଜରିଆରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୫୩ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଖର୍ଚ୍ଚ ହେବ ୧୧୦ କୋଟି ଟଙ୍କା। ସହରୀ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଜାଗ୍ରୁତି ଯୋଜନା ଅଧୀନରେ ଲିଙ୍ଗ ଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଞ୍ଚାୟତକୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ ପାଇଁ ଖର୍ଚ୍ଚ ହେବ ୨୫୨ କୋଟି ଟଙ୍କା।
ଆଜିର ଅତିରିକ୍ତ ବଜେଟ୍ ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ୧୩୨୭ କୋଟି ଟଙ୍କା, ମିଶନ ଶକ୍ତି ପାଇଁ ୭୮୩ କୋଟି ଟଙ୍କା, ପାନୀୟ ଜଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ୪୦୮୩ କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୩୫୫ କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୪୦୬୭ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭ କୋଟି ଟଙ୍କା, କ୍ରୀଡ଼ା ପାଇଁ ୩୨୧ କୋଟି ଟଙ୍କା, ସହରୀ ବିକାଶ ପାଇଁ ୧୦୮୮ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୨୮୮୨ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶ ପାଇଁ ୪୭୩ କୋଟି ଟଙ୍କା, ଜଳ ସେଚନ ପାଇଁ ୨୪୦୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।୨୦୨୩ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଋଣଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି । ମୁଣ୍ଡପିଛା ଋଣଭାର ୧୯ ହଜାର ୧୭୧ ଟଙ୍କା ରହିଛି ।