ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଜିଲା ମାନ୍ୟତା ଦାବି
![](https://thetruths.in/wp-content/uploads/2023/09/Kantabanjhi.jpg)
କଣ୍ଟାବାଞ୍ଜି : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା । କଣ୍ଟାବାଞ୍ଜିକୁ ଜିଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ଜିଲା ସଂଘର୍ଷ ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଉଛି ।
ଆଜିର ଏହି ବନ୍ଦରେ ସମସ୍ତ ଦୋକାନ, ଵଜାର, ସ୍କୁଲ, କଲେଜ, ସରକାରୀ- ବେସରକାରୀ କାର୍ଯ୍ୟଳୟ, ବ୍ୟାଙ୍କ, ତହସିଲ, ଟ୍ରେଜେରୀ ଭଳି ଅନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି l ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।