ଗଞ୍ଜାମରେ ପହଞ୍ଚିଲା ୧ଲକ୍ଷ ୪୦ହଜାର ଡୋଜ୍ କୋଭାକ୍ସିନ୍ ଟିକା
ବ୍ରହ୍ମପୁର : ଗଞ୍ଜାମ ଜିଲାରେ ପହଞ୍ଚିଲା ୧ଲକ୍ଷ ୪୦ହଜାର ଡୋଜ୍ କୋଭାକ୍ସିନ୍ ଟିକା । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ସୋମବାର ଠାରୁ ଜିଲାରେ କୋଭାକ୍ସିନ୍ ଟିକାକରଣ ଆରମ୍ଭ ହେବ । ଗଞ୍ଜାମ ଜିଲାରେ ଏଣିକି କୋଭାକ୍ସିନ୍ ଟିକା ପ୍ରଦାନ କରାଯିବ । ପୂର୍ବରୁ ଏହି ଟିକା କେବଳ ଭୁବନେଶ୍ଵରରେ ହିଁ ପ୍ରଦାନ କରାଯାଉଥିଲା ।
ଗଞ୍ଜାମ ଜିଲ୍ଲାରେ ପାଖାପାଖି ୨୭ଲକ୍ଷ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୪୪ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଠାରୁ ଏହି ଟିକା ପ୍ରଦାନ କରାଯିବା ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାରେ ୨୫୦ କେନ୍ଦ୍ର ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।