ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ
![](https://thetruths.in/wp-content/uploads/2022/05/Deadbody-S.jpg)
ସମ୍ବଲପୁର : ସମ୍ବଲପୁରରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚାରମାଳ ଥାନା ଭଳିଆକଟା ପଞ୍ଚାୟତ ବୁଢୀଖମାର ଗାଁର ରଙ୍କ ଭୂୟାଁ (୬୦) ।
ସୂଚନା ଯେ, ସମ୍ବଲପୁର ଜିଲା ଚାରମାଳ ଥାନା ଭଳିଆକଟା ପଞ୍ଚାୟତ ବୁଢୀଖମାର ଗାଁର ରଙ୍କ ବୁଧବାର ସକାଳୁ ନିଜ ଆମ୍ବ ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।