ଆଜି ସରୁଛି ସିସୋଦିଆଙ୍କ ରିମାଣ୍ଡ ଅବଧି, କୋର୍ଟରେ ହାଜର କରିବ ସିବିଆଇ
![](https://thetruths.in/wp-content/uploads/2023/03/Manish-Sisodia-1024x576.jpeg)
ନୂଆଦିଲ୍ଲୀ : ଆଜି ସରୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି । ଆଜି ମନୀଷଙ୍କୁ କୋର୍ଟରେ ହାଜର କରିବ ସିବିଆଇ । ତେବେ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ ସିବିଆଇ । ରିମାଣ୍ଡ ନ ମିଳିଲେ ବିଚାର ବିଭାଗୀୟ ହାଜତକୁ ଯିବେ ସିସୋଦିଆ । ତେବେ ମନୀଷ ତଦନ୍ତରେ ସହଯୋଗ କରୁଥିବା ଅଭିଯୋଗ କରିଥିଲା ସିବିଆଇ ।
ଜାନୁଆରୀ ମାସରେ ସିସୋଦିଆଦିଙ୍କ କାର୍ଯ୍ୟାଳୟରୁ ଏକ କମ୍ପ୍ୟୁଟର ଜବତ କରାଯାଇଥିଲା । ପରେ ସେହି କମ୍ପ୍ୟୁଟରରୁ ଅନେକ ତଥ୍ୟ ଡିଲିଟ ହୋଇଥିବା ଜଣାପଡିଥିଲା । ଡିଲିଟ ହୋଇଥିବା ତଥ୍ୟକୁ ପାଇବା ପାଇଁ ସିବିସିଆଇ କମ୍ପ୍ୟୁଟରକୁ ଫୋରେନସିକ୍ ସାଇନ୍ସ ଲାବ୍ରୋଟୋରୀକୁ ପଠାଇଥିଲା ।
ବର୍ତ୍ତମାନ ରିପୋର୍ଟ ଆସିବା ପରେ ଡିଲିଟ ହୋଇଥିବା ଫାଇଲ ଗୁଡିକ ସିବିସିଆଇ ହାତରେ ଲାଗିଛି । ଫେବ୍ରୁଆରୀ ୨୬ ତାରିଖରେ ମାରାଥନ ଜେରା ପରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେପଟେ ମାର୍ଚ୍ଚ ୧୦ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ ।