କଂଗ୍ରେସ ବିଜୟରେ ସମାହିତ ଦେଶର ବିଜୟ – ସୋନିଆ ଗାନ୍ଧୀ
![](https://thetruths.in/wp-content/uploads/2022/02/Congress-president-Sonia-Gandhi.jpg)
ରାୟପୁର : କଂଗ୍ରେସର ପୁର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ଦେଶ ସଂକଟ ଆଡକୁ ଗତି କରୁଛି । ବର୍ତମାନ ମୋଦୀ ସରକାର ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦେଶକୁ ଦୁର୍ବଳ କରୁଛନ୍ତି । କଂଗ୍ରେସ ଦେଶକୁ ଯୋଡିବାର ପାର୍ଟି । ଏମିତିରେ କଂଗ୍ରେସର ବିଜୟରେ ଦେଶର ବିଜୟ ସମାହିତ ଅଟେ । ଛତିସଗଡର ରାୟପୁରରେ ଚାଲିଥିବା ଦ୍ୱିତୀୟ ଦିନରେ କଂଗ୍ରେସର ୮୫ତମ ଅଧିବେଶନରେ ଶନିବାରଦିନ ମୋଦି ସରକାର ଉପରେ ଟାର୍ଗେଟ କରିଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି ପିଏମ୍ ମୋଦୀ ଦେଶପାଇଁ ନୁହେଁ ପରନ୍ତୁ ସେ ତାଙ୍କର କିଛି ମନ୍ତ୍ରୀଙ୍କ ପାଇଁ ବ୍ୟବସ୍ଥା ଚଲାଇଛନ୍ତି । ଦେଶ ବର୍ତମାନ ସଂକଟ ଆଡକୁ ଗତି କରୁଛି । ତେଣୁ ଲୋକଙ୍କୁ ସଂଘର୍ଷର୍ ପାଇଁ କଂଗ୍ରେସକୁ ସଜାଗ ରହିବାକୁ ପଡିବ I