ଜବାହାର ନବୋଦୟ ବିଦ୍ୟାଳୟର ୮୫ ଛାତ୍ରଛାତ୍ରୀ କରୋନା ପଜିଟିଭ
![](https://thetruths.in/wp-content/uploads/2022/01/Jawahar-Nehru-Nabodaya-Vidyalaya-1024x683.jpg)
ଡେରାଡୁନ : ପୁଣି ଡରାଇଲା କରୋନା। ଉତ୍ତରାଖଣ୍ଡ ନୈନିତାଲ ଜବାହାର ନବୋଦୟ ବିଦ୍ୟାଳୟର ୮୫ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ। ପ୍ରଥମେ ୧୧ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪୯୬ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୮୫ ଜଣ କୋରୋନା ପଜିଟିଭ ହୋଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଆକ୍ରାନ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି। ସ୍କୁଲକୁ ଏବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଚିହ୍ନଟ ଛାତ୍ରଛାତ୍ରୀଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ କଡା ନଜର ରଖିଥିବା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି।