ହୋଶିୟାରପୁରରେ ଟ୍ରକ୍ ଧକ୍କାରେ ୮ ଶ୍ରଦ୍ଧାଳୁ ମୃତ, ୧୩ ଆହତ
![](https://thetruths.in/wp-content/uploads/2023/04/6-5.jpg)
ଚଣ୍ଡୀଗଡ଼ : ପଞ୍ଜାବର ହୋଶିୟାରପୁର ଗଢ଼ଶଙ୍କର ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁ ରବିଦାସଙ୍କ ତପସ୍ଥଳି ଶ୍ରୀ ଖୁରାଲଗଢ଼ ସାହିବରେ ବୈଶାଖୀ ଅବସରରେ ଦର୍ଶନ କରିବାକୁ ପାଦରେ ଚାଲି ଚାଲି ଯାଉଥିବା ଶ୍ରଦ୍ଧାଳୁ ମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।