ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର ! ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ, ବର୍ତ୍ତମାନ ମିଳିବ ଏତେ ଲାଭ
![](https://thetruths.in/wp-content/uploads/2023/03/DA-Hike.jpg)
ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ମହଙ୍ଗା ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ବଡ଼ ସୂଚନା ସାମ୍ନାକୁ ଆସୁଛି । ବର୍ତ୍ତମାନ ଜୁଲାଇ ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ । କିନ୍ତୁ ଏଥର ସରକାର ମହଙ୍ଗା ଭତ୍ତା ଗଣନାକୁ ପରିବର୍ତ୍ତନ କରିପାରନ୍ତି । ବର୍ତ୍ତମାନ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି । ମାର୍ଚ୍ଚ ମାସରେ କେନ୍ଦ୍ରର ମୋଦି ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । କିନ୍ତୁ ବର୍ତ୍ତମାନ ଜୁଲାଇ ମାସରେ ମହଙ୍ଗା ଭତ୍ତା ଗଣନାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।
ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି । ସାରା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି । ଏହା ମଧ୍ୟ କର୍ମଚାରୀଙ୍କ ଜୀବନଧାରଣର ମାନକୁ ଉନ୍ନତ କରିଥାଏ । କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ ଦିଆଯାଏ । ସପ୍ତମ ବେତନ ଆୟୋଗ ଅଧୀନରେ ଦରମା କର୍ମଚାରୀଙ୍କ ବେସିକ ବେତନ ଉପରେ ମହଙ୍ଗା ଭତ୍ତା ହିସାବ କରାଯାଇଥାଏ ।
କହି ରଖୁଛୁ ଯେ, ଯଦି କୌଣସି କର୍ମଚାରୀଙ୍କ ସର୍ବନିମ୍ନ ବେସିକ ଦରମା ୨୫,୦୦୦ ଟଙ୍କା, ତା’ହେଲେ ତାଙ୍କର ମହଙ୍ଗା ଭତ୍ତା ୨୫,୦୦୦ର ୩୪ ପ୍ରତିଶତ ହେବ । ଏହାର ଅର୍ଥ ପ୍ରାୟ ୮୫୦୦ ଟଙ୍କା ହେବ । ଏହା କେବଳ ଏକ ଉଦାହରଣ । ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ମହଙ୍ଗା ଭତ୍ତା ହିସାବର ସୂତ୍ର ସରକାର ବଦଳାଇ ଦେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ମହଙ୍ଗା ଭତ୍ତାର ଆଧାର ବର୍ଷରେ ପରିବର୍ତ୍ତନ କରିଛି । ଏହାସହ ବେତନ ହାର ସୂଚକାଙ୍କର ଏକ ନୂତନ ସିରିଜ୍ ଜାରି କରିଛି । ଶ୍ରମ ମନ୍ତ୍ରଣାଳୟ କହିଛି ଯେ ଆଧାର ବର୍ଷ ୨୦୧୬ =୧୦୦ ସହିତ ଡବ୍ଲୁଆରଆଇର ନୂତନ ସିରିଜ୍ ୧୯୬୩-୬୫ର ଆଧାର ବର୍ଷ ପୁରୁଣା ସିରିଜର ସ୍ଥାନ ନେଇଛି ।
ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।